Fri. Nov 22nd, 2024

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

1 min read
Spread the love

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଗତକାଲି ବିଳମ୍ବିତ ରାତି ଡ୍ରାମାରୁ ସୃୃଷ୍ଟି ‌େହାଇଥିବା ରାଜନୈତିକ ବିବାଦ ଆଜି ମଧ୍ୟ ଜାରି ରହିଛି। ସୁପ୍ରିମ କୋର୍ଟ ଆଜି ଏହି ମାମଲାରେ ହସ୍ତକ୍ଷେପ କରି କେନ୍ଦ୍ର ସରକାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି। ସରକାର ଗଠନ ପାଇଁ ଫଡନାଭିସଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ପତ୍ର ଏବଂ ଫଡ୍‌ନାଭିସ ଦେଇଥିବା ବିଧାୟକମାନଙ୍କ ସମର୍ଥନ ପତ୍ରର ନକଲ କାଲି (‌େସାମବାର) ଦିନ ୧୦ଟା ୩୦ ସୁଦ୍ଧା ଦାଖଲ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଏଥିଲାଗି ଅଧିକ ସମୟ ଦେବାପାଇଁ‌ କେନ୍ଦ୍ରର ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ସୋମବାର ଏସଂପର୍କରେ କିଛି ନିର୍ଦେଶ ଦେବାର ସମ୍ଭାବନା ରହିଛି।

ଫଡ୍‌ନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ରାଜ୍ୟପାଳଙ୍କ ନିଷ୍ପତ୍ତିିକୁ ଚାଲେଞ୍ଜ କରି ଶିବ ସେନା, ଏନସିପି ଏବଂ କଂଗ୍ରେସ ପକ୍ଷରୁ ଆଗତ ପିଟିସନର ଶୁଣାଣି ଆଜି ଦିନ ୧୧ଟା ୩୦ ମିନିଟରେ ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇଥିଲା ବିଚାରପତି ଏନ୍‌. ଭି. ରମନ୍ନା, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଥିଲେ ଯେ ରାଷ୍ଟ୍ରପତି ଶାସନ ହଟାଇବା ପାଇଁ ରାଜ୍ୟପାଳ ଦେଇଥିବା ସୁପାରିସ ପତ୍ର ସୋମବାର ସକାଳ ସୁଦ୍ଧା ଦାଖଲ କରାଯିବା ଜରୁରୀ। ଫଡନାଭିସଙ୍କ ଦ୍ବାରା ସରକାର ଗଠନକୁ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଧୋକା ଏବଂ ଅଗଣତାନ୍ତ୍ରିକ ବୋଲି ଦର୍ଶାଯିବା ସହିତ ତତ୍କାଳ ଶକ୍ତି ପରୀକ୍ଷା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। କିନ୍ତୁ ଖଣ୍ଡପୀଠ ତତ୍କାଳ ଶକ୍ତି ପରୀକ୍ଷା ପାଇଁ ଦାବିକୁ ଅଗ୍ରାହ୍ୟ କରି ଆସନ୍ତାକାଲି ସକାଳ ୧୦ଟା ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ।

ତିନି ଦଳର ମେଣ୍ଟ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍‌ କହିଥିଲେ ଯଦି ଫଡନାଭିସଙ୍କ ନିକଟରେ ସଂଖ୍ୟା ଅଛି ତା’ହେଲେ ସେ ଗୃହରେ ଏହାକୁ ପ୍ରମାଣ କରନ୍ତୁ। ନହେଲେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆମ ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ଆମେ ଏହାର ପ୍ରମାଣ ଦେବୁ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ମଧ୍ୟ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଯୁକ୍ତି ରଖି କହିଥିଲେ ଯେ ବିଜେପିକୁ ସରକାର ଗଠନ ପାଇଁ ସୁ‌ଯୋଗ ଦେବା ଅସାମ୍ବିଧାନିକ।

Copyright © All rights reserved.