ବିଧାୟକମାନଙ୍କ ଶପଥ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ
1 min read
ମୁମ୍ବାଇ: ନବ ନିର୍ବାଚିତ ୨୮୮ ଜଣ ବିଧାୟକମାନଙ୍କ ଶପଥ ଗ୍ରହଣ ନିମନ୍ତେ ବୁଧବାର ସକାଳେ ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର୍ ବିଧାୟକମାନଙ୍କୁ ଶପଥପାଠ କରାଉଛନ୍ତି।
ଗୁରୁବାର ସନ୍ଧ୍ୟାବେଳେ ଶିବ ସେନାର ମୁଖ୍ୟ ଉଦ୍ଧବ ଥାକ୍ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।ସକାଳ ଆଠଟା ବାଜିବାର ଅଳ୍ପ ସମୟ ପରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ବିଡି କୋଶିୟାରି ଡକାଇଛନ୍ତି। କାମଚଳା ବାଚସ୍ପତି ନିଯୁକ୍ତ କରି ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବା ପାଇଁ ତାଙ୍କୁ ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟ କହିଥିଲେ।ବୁଧବାର ସକାଳେ ନୂତନ ବିଧାନସଭା ଆରମ୍ଭ ହେବା ପୂର୍ବରୁ ଶିବସେନା ନେତା ଆଦିତ୍ୟ ଥାକ୍ରେ ସିଦ୍ଧିବିନାୟକ ମନ୍ଦିରେ ପୂଜାପାଠ କରିଥିଲେ।
ଅନ୍ୟ ବିଧାୟକମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ମଧ୍ୟ ବିଧାନସଭାରେ ପହଞ୍ଚିଛନ୍ତି। ସେଠାରେ ଉପସ୍ଥିତ ଥିବା ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି: ଗୁଡ଼ାଏ ନୂତନ ଦାୟିତ୍ୱ ବହନ କରିବାକୁ ରହିଛି। ମହାରାଷ୍ଟ୍ରର ପ୍ରତ୍ୟେକ ନାଗରିକ ଆମକୁ ସମର୍ଥନ କରିଛନ୍ତି।