Fri. Nov 22nd, 2024

ଜିଏସ୍‌ଟି ବୃଦ୍ଧିକୁ ରାଜ୍ୟଗୁଡିକର ବିରୋଧ

1 min read
Spread the love

ନୂଆଦିଲ୍ଲୀ,: ବୁଧବାର ଜିଏସ୍‌ଟି ପରିଷଦର ୩୮ତମ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସ୍ଲାବରେ ପରିବର୍ତ୍ତନ ଏବଂ ଜିଏସ୍‌ଟି ବୃଦ୍ଧିକୁ ଏଠାରେ ଅଧିକାଂଶ ରାଜ୍ୟ ବିରୋଧ କରିଛନ୍ତି। ଏବେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଟିକସ ବୃଦ୍ଧି ହେଲେ ଏହା ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇବ ବୋଲି ରାଜ୍ୟଗୁଡିକ ଆଶଙ୍କା ପ୍ରକାଶ କରିଥିବା ଜଣାପଡିଛି। ଲଟେରି ଉପରେ ଟିକସ ନିଷ୍ପତ୍ତି ନେବା ଲାଗି ପ୍ରଥମଥର ଜିଏସ୍‌ଟି ପରିଷଦ ବୈଠକରେ ଭୋଟିଂ ବ୍ୟବସ୍ଥାର ବିକଳ୍ପ କରାଯାଇଥିଲା। ଅପରପକ୍ଷରେ ଜିଏସ୍‌ଟି ରାଜସ୍ବ ହ୍ରାସ ଏବଂ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣରେ ବିଳମ୍ବ ହେଉଥିବାରୁ ଏହାକୁ ନେଇ ରାଜ୍ୟ ଅର୍ଥମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଏସ୍‌ଟି ସଂଗ୍ରହ ହ୍ରାସ,ଟିକସ ହାରରେ ପରିବର୍ତ୍ତନ ଯୋଗୁ ଏଭଳି ହୋଇ ନ ଥିବା ରାଜ୍ୟଗୁଡିକ ମତ ରଖିଛନ୍ତି। ମାତ୍ର ଅର୍ଥ ବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଯୋଗୁ ଟିକସ ସଂଗ୍ରହ କମ୍‌ ରହିଥିବା ରାଜ୍ୟ ଅର୍ଥମନ୍ତ୍ରୀମାନେ ମତ ପ୍ରକାଶ କରିଥିବା ଜଣାପଡିଛି।

ଏବେ ରାଜସ୍ବ ସଂଗ୍ରହ ସ୍ଥିତି ପ୍ରଭାବିତ ରହିଛି ହେଲେ ଜିଏସ୍‌ଟି ପରିଷଦକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଠିକ୍‌ ସମୟରେ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ କାହିଁକି ପ୍ରତିଶ୍ରୁତି ଦେଉ ନାହାନ୍ତି। ସାମ୍ବିଧାନିକ ଭାବେ ସରକାର କ୍ଷତିପୂରଣ ଦେବାର ନିୟମ ରହିଥିଲେ ମଧ୍ୟ ଏହାକୁ ରକ୍ଷା କରିବା ଲାଗି କେନ୍ଦ୍ର ସକ୍ଷମ ହେଉନାହିଁ। ଏହା ଏକ ଦୁଃଖର ଦିନ ବୋଲି ବାଦଲ କହିଛନ୍ତି।
ଦୀର୍ଘ ୫ ଘଣ୍ଟାର ଜିଏସ୍‌ଟି ବୈଠକ ପରେ ନିର୍ମଳା ସୀତାରାମନ ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ। ସେ କହିଛନ୍ତି ଯେ, ରାଜସ୍ବ ବୃଦ୍ଧି ନେଇ ରଜ୍ୟ-କେନ୍ଦ୍ର ପ୍ରତିନିଧି ଏବଂ ଅଧିକାରୀ କମିଟି ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ବୃଦ୍ଧି କିମ୍ବା ହ୍ରାସ ନେଇ କୌଣସି ପ୍ରସ୍ତାବ ଉପରେ ଆଲୋଚନା ହୋଇନାହିଁ। ବିଭିନ୍ନ ପ୍ରସଙ୍ଗ ଆଗାମୀ ବୈଠକରେ ଆଲୋଚନା ଲାଗି ରଖାଯାଇଛି। ଜିଏସ୍‌ଟି ବୈଠକ ପରେ ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାର୍ଚ୍ଚ ୨୦୨୦ରୁ ଲଟେରୀ ଉପରେ ନୂଆ ଟିକସ ହାର ଲାଗୁ କରାଯିବ। ସେହଭଳି ଓଭେନ ନନ୍‌ ଓଭେନ ବ୍ୟାଗ ଉପରେ ଟିକସ ହାରକୁ ହ୍ରାସ କରାଯିବା ସହ ୧୮% ଧାର୍ଯ୍ୟ କରାଯାଇଛି। ଶିଳ୍ପପାର୍କ ସ୍ଥାପନ ଲାଗି ପ୍ଲଟର ଦୀର୍ଘମିଆଦି ଲିଜ ଉପରେ ଅପଫ୍ରଣ୍ଟ ଦେୟ ଛାଡ, ଜୁଲାଇ ୨୦୧୭ ପରଠାରୁ ଜିଏସ୍‌ଟି-ଆର୍‌୧ ନ ପ୍ରଦାନ କରିବା କ୍ଷେତ୍ରରେ ଲାଗୁ ହେଉଥିବା ଜରିମାନାରେ କୋହଳ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

Copyright © All rights reserved.