ଏସବୁ ରୋଗରୁ ମୁକ୍ତି ଲାଗି ଖାଦ୍ୟରେ ସାମିଲ କରନ୍ତୁ ମାଛ
1 min readସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ମାଛ ସାମିଲ କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଛି। ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।
– ମାଛ ଖାଉଥିବା ଲୋକଙ୍କୁ ହାର୍ଟ ଆଟାକ୍ ଆଶଙ୍କା କମ୍ ରହିଥାଏ।
– ଡାଇବେଟିସ୍ ରୋଗୀଙ୍କ ପାଇଁ ମାଛ ସବୁଠୁ ଭଲ।
– ଏହା ମାଂସପେଶୀକୁ ସୁଦୃଢ଼ କରିଥାଏ।
– ମାଛ ଖାଇଲେ ମାନସିକ ବିକାଶ ହୋଇଥାଏ।
– ଦୃଷ୍ଟିଶକ୍ତି ଭଲ ରହେ।
– ନିଦ୍ରାହୀନତା ରୋଗ ଦୂର ହୁଏ। ମାଛରେ ଥିବା ଭିଟାମିନ୍ ‘ଡି’ ଉତ୍ତମ ନିଦ୍ରା ପାଇଁ ବେଶ୍ ଲାଭଦାୟକ।
– ମାଛ ଖାଇଲେ ଚର୍ମରେ ଉଜ୍ଜ୍ୱଳତା ଆସେ।