ରୁହନ୍ତୁ ଟ୍ୟାନ୍ ଫ୍ରି…..
1 min readଏଦିନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହିବାକୁ ଅନେକଙ୍କୁ ଭଲ ଲାଗୁଥିବାରୁ ତ୍ୱଚାରେ ସନ୍ବର୍ନ ବା ଟ୍ୟାନିଂ ସମସ୍ୟା ଦେଖାଦିଏ। ଏହାକୁ ଦୂର କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣେଇଥାନ୍ତି। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜାଣିରଖନ୍ତୁ ଟ୍ୟାନ୍ ଫ୍ରି ତ୍ୱଚା ପାଇବାର କେତୋଟି ଘରୋଇ ଉପାୟ…
ପ୍ରତିଦିନ ସାବୁନ୍ କିମ୍ବା ଲିକ୍ୱିଡ୍ ବଡିଓ୍ବାଶ୍ ଲଗାଇ ଭଲ ଭାବେ ଗାଧେଇଲେ ପୁରୁଣା ଡେଡ୍ ସ୍କିନ୍ ବାହାରିଯିବା ଦ୍ୱାରା ବି କିଛି ମାତ୍ରାରେ ଟ୍ୟାନ୍ ସମସ୍ୟା ଦୂର ହୋଇଯାଏ। ଏଥିପାଇଁ ଉଷୁମ ପାଣି ବ୍ୟବହାର କରିବା ଅଧିକ ଲାଭଦାୟକ।
ଲେମ୍ବୁ ରସରେ ମହୁ ମିଶାଇ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଧୀରେ ଧୀରେ ପାଣିରେ ଧୋଇ ଦିଅନ୍ତୁ। ଏହା ଟ୍ୟାନ୍ ଦୂର କରିବାରେ ସାହାଯ୍ୟ କରିଥାଏ।
ବେସନରେ ଲେମ୍ବୁ ରସ, ଦହି, ହଳଦୀ ମିଶାଇ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ପରେ ଟ୍ୟାନ୍ ସହଜରେ ଦୂର ହୋଇଥାଏ।
କ୍ଷୀର ହଳଦୀ ପ୍ୟାକ୍ ଲଗାଇବା ବି ଟ୍ୟାନ୍ ସମସ୍ୟା ଦୂରକରିବା ଲାଗି ଲାଭଦାୟକ।
ସ୍ୟାଣ୍ଡେଲ୍ ପାଉଡର୍, ରୋଜ୍ ଓ୍ବାଟର ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଟ୍ୟାନ୍ ହୋଇଥିବା ସ୍ଥାନରେ ୨୦ମିନିଟ୍ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ।
କାକୁଡି ରସ ଏକ ଚାମଚ, ଦହି ଏକ ଚାମଚ, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ଏବଂ ଏକ ଚାମଚ ସ୍ୟାଣ୍ଡେଲ୍ ପାଉଡର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଟ୍ୟାନ୍ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍ ଲଗାଇଲେ ଟ୍ୟାନ୍ ଦୂର ହୋଇଥାଏ।