ଏୟାର ଇଣ୍ଡିଆକୁ କିଣିପାରିବେ ପ୍ରବାସୀ ଭାରତୀୟ
1 min readନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ପ୍ରବାସୀ ଭାରତୀୟମାନେ କିଣିପାରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏୟାର ଇଣ୍ଡିଆର ୧୦୦% ଅଂଶଧନ କିଣିବା ଲାଗି ପ୍ରବାସୀ ଭାରତୀୟଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ନିୟମ ଅନୁସାରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାର ଅନୁମତି ରହିଥିଲା। କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ଚାହୁଛନ୍ତି। ଏଥିପାଇଁ ବିଡ୍ ମଧ୍ୟ ଆହ୍ବାନ କରିଛନ୍ତି।
ନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ପ୍ରବାସୀ ଭାରତୀୟମାନେ କିଣିପାରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଏସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏୟାର ଇଣ୍ଡିଆର ୧୦୦% ଅଂଶଧନ କିଣିବା ଲାଗି ପ୍ରବାସୀ ଭାରତୀୟଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ନିୟମ ଅନୁସାରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାର ଅନୁମତି ରହିଥିଲା। କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ଚାହୁଛନ୍ତି। ଏଥିପାଇଁ ବିଡ୍ ମଧ୍ୟ ଆହ୍ବାନ କରିଛନ୍ତି।