ବିଶ୍ବବ୍ୟାଙ୍କ ରିପୋର୍ଟ, ଅଭିବୃଦ୍ଧି ବହୁତ ତଳକୁ ଖସିବ
1 min readନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ଭାରତର ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ମଧ୍ୟ ବିଶ୍ବବ୍ୟାଙ୍କ ଆକଳନ କରିଛି। ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିିଥିଲା। ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ ଭାରତର ଅର୍ଥନୀତି ଆଶା ଠାରୁ ଆହୁରି ଅଧିକ ତଳକୁ ଖସିବ ବୋଲି ବିଶ୍ବବ୍ୟାଙ୍କ କହିଛି। ଭାରତର ବିତ୍ତୀୟ ନିଅଣ୍ଟ ଏହି ସମୟରେ ୬.୬ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ଷତମାମ ତାହା ୫.୫ ପ୍ରତିଶତରୁ ଉଚ୍ଚ ସ୍ତରରେ ରହିଛି। ବିତ୍ତୀୟ ନିଅଣ୍ଟ (ଆୟ ଓବ୍ୟୟ ଭିତରେ ଅନ୍ତର) ୩.୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ସରକାର ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ସେହି ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ।
ରଖିବା ସେମାନଙ୍କ ପାଇଁ ସମ୍ଭବପର ହେଉ ନାହିଁ। ତେଣୁ ସେହି ବର୍ଗର ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଗୋଟିଏ ପଟେ ଗରିବ ଲୋକମାନେ ନିଜର ଜୀବିକା ହରାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ୁଥିବାରୁ ସେମାନଙ୍କ କ୍ରୟ ଶକ୍ତି ମଧ୍ୟ କମିବାରେ ଲାଗିଛି। ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନେ ସରକାରୀ ଲାଭ ପାଇବାରୁ ବଞ୍ଚିତ ହେବେ। କାରଣ ଦେଶରେ ପ୍ରଚଳନରେ ଥିବା ଛଅ ପ୍ରକାରର ସାମାଜିକ ସୁରକ୍ଷା ସ୍କିମ୍ ମଧ୍ୟରୁ କୌଣସି ଗୋଟିଏ ବି ପୋର୍ଟେବଲ୍ ନୁହେଁ। ଅର୍ଥାତ ଯେଉଁ ସ୍ଥାନରେ ଲୋକମାନେ ସ୍ଥାୟୀ ଭାବେ ବସବାସ କରୁଥିବେ କେବଳ ସେମାନେ ସ୍କିମ୍ର ଲାଭ ପାଉଛନ୍ତି। ପ୍ରବାସୀ ଶ୍ରମିକମାନେ କିନ୍ତୁ କାମଧନ୍ଦା ଖୋଜିବା ପାଇଁ ବର୍ଷତମାମ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଛନ୍ତି। ତେଣୁ ସରକାରୀ ସାମାଜିକ ସୁରକ୍ଷା ସ୍କିମ୍ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା, ମନରେଗା, ପିଏମ୍ କିସାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ର ଅଧିକାଂଶ ହିତାଧିକାରୀ ଗ୍ରାମାଞ୍ଚଳର ବୋଲି ବିଶ୍ବବ୍ୟାଙ୍କ ମନେ ପକାଇ ଦେଇଛି।