ଡିଜିଟାଲ୍ ଫାର୍ମା କଂପାନି ‘ନେଟ୍ମେଡସ୍’କୁ ଅଧିଗ୍ରହଣ କଲା ରିଲାଏନ୍ସ ରିଟେଲ୍
1 min readମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍ମେଡସ୍’ ନାମରେ ପରିଚିତ ଭିଟାଲିକ୍ ହେଲ୍ଥକେୟାର ପ୍ରାଇଭେଟ୍ ଲିମିଟେଡ୍ (ଭିଟାଲିକ୍) ଓ ଏହାର ସହଯୋଗୀ ସଂସ୍ଥାର ଅଧିକାଂଶ ଅଂଶଧନକୁ ପ୍ରାୟ ୬୨୦ କୋଟି ଟଙ୍କାର ନଗଦ ରାଶିରେ ଅଧିଗ୍ରହଣ କରାଯାଇଛି । ଏହି ନିବେଶ ଭିଟାଲିକ୍ର ୬୦ ପ୍ରତିଶତ ଇକ୍ୱିଟି ସେୟାର ପୁଞ୍ଜି ହାସଲ କରିବା ସହିତ ଏହାର ସହଯୋଗୀ ସଂସ୍ଥା ଯଥା ଟ୍ରେସାରା ହେଲ୍ଥ ପ୍ରାଇଭେଟ୍ ଲିମିଟେଡ୍, ନେଟମେଡସ୍ ମାର୍କେଟ୍ ପ୍ଲେସ୍ ଲିମିଟେଡ୍ ଓ ଦାଢ଼ା ଫାର୍ମା ଡିଷ୍ଟ୍ରିବ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ର ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ଇକ୍ୱିଟି ମାଲିକାନାକୁ ଉପସ୍ଥାପିତ କରୁଛି ।
୨୦୧୫ରେ ପ୍ରତିଷ୍ଠିତ ହୋଇଥିବା ଭିଟାଲିକ୍ ଓ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ଫାର୍ମା ବିତରଣ, ବିକ୍ରି ଓ ବ୍ୟବସାୟ ସହାୟତା ସେବାରେ ରହିଛନ୍ତି । ଏହାର ସହଯୋଗୀଗୁଡ଼ିକ ସାମଗ୍ରିକ ଭାବେ ନେଟମେଡସ୍ ନାମକ ଏକ ଅନ୍ଲାଇନ୍ ଫାର୍ମାସି ପ୍ଲାଟଫର୍ମ ଚଲାଉଛନ୍ତି ଯାହା ଗ୍ରାହକଙ୍କୁ ଫାର୍ମାସିଷ୍ଟ୍ଙ୍କ ସହ ଯୋଡ଼ୁଛି ଏବଂ ଔଷଧ, ପୃଷ୍ଟିଯୁକ୍ତ ସ୍ୱାସ୍ଥ୍ୟ ଓ ୱେଲନେସ୍ ଉତ୍ପାଦ ଘରେ ପହଞ୍ଚାଉଛି ।