ବିଏମସିର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି
1 min readଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଉଦାସୀନ ଓ ଦାୟିତ୍ୱହୀନ ଆଚରଣ ଦେଖାଉଛି । ଯାହା ଏଭଳି ମହାମାରୀ ସମୟରେ ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । ସେ ଲେଖିଛନ୍ତି ଯେ ଏହା ରାଜନୀତି କରିବାର ସମୟ ନୁହେଁ ଓ ସେ ରାଜନୈତିକ ଦୃଷ୍ଟିକୋଣରୁ ଏହି ପତ୍ର ଲେଖିନାହାନ୍ତି । କିନ୍ତୁ ଭୁବନେଶ୍ୱରର ନାଗରିକ ହିସାବରେ ସହରବାସୀଙ୍କ ମତ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି । ଶ୍ରେଣୀ ଓ ବର୍ଗ ନିର୍ବିଶେଷରେ ସମସ୍ତେ ଏଥିପାଇଁ କ୍ଷୁବ୍ଧ ଓ ନବୀନ ବାବୁ ଯାହାକୁ ପଚାରିଲେ ସତ ଜାଣିପାରିବେ । ତେଣୁ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷାପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।
ପିସିସି ସଭାପତି ଲେଖିଛନ୍ତି ଯେ ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥାନ୍ତା । କିନ୍ତୁ ବର୍କ୍ସମାନର ପରିସ୍ଥିତି ଭିନ୍ନ । ତେଣୁ ଲୋକେ ସହି ଯାଉଛନ୍ତି । ସେ ଆଶା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁରା ସ୍ଥିତିର ବିଚାର କରି ବୀହିତ କାର୍ଯ୍ୟାନୁଷ୍ଠାନ ନେବେ । ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବରିଷ୍ଠ କଂଗ୍ରେସ ନେତା ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେଗୁଡିକ ହେଲା