ରାଜ୍ୟସଭାରେ ବିରୋଧୀଙ୍କ ବ୍ୟବହାର ଅତି ଲଜ୍ଜାଜନକ ବୋଲି ମାୟାବତୀ
1 min readନୂଆଦିଲ୍ଲୀ: କୃଷି ବିଲକୁ ନେଇ ବର୍ଷିଲେ ମାୟାବତୀ । ବହୁଜନ ବା ଦଳିତମାନଙ୍କର ଅଧିକାର ପାଇଁ ଲଢେଇ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ମାୟାବତୀ ଏବେ କୃଷି ବିଲକୁ ବିରୋଧ କରୁଥିବା ଦଳ ଓ ସାଂସଦମାନଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟସଭାରେ କୃଷି ବିଲ ପାରିତ ହେବା ବେଳେ ବିରୋଧୀମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହାକୁ ମାୟାବତୀ କଡା ସମାଲୋଚନା କରିଛନ୍ତି ।
ସେ ତାଙ୍କର ଟ୍ୱିଟରରେ ଲେଖିଛନ୍ତି କି ସଂସଦକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ହେଲେ ବିରୋଧୀଦଳର ସାଂସଦମାନେ ସଂସଦରେ ଯେଭଳି ବ୍ୟବହାର ଦେଖାଇଲେ ତାହା ଦ୍ୱାରା ସଂସଦର ମର୍ଯ୍ୟଦା ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହୋଇଛି । ମୌସୁମୀ ଅଧିବେଶନ ବେଳେ ବିପକ୍ଷମାନେ ଯେଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ସଂସଦର ମର୍ଯ୍ୟଦା, ସଂବିଧାନର ଗରିମା ଓ ଲୋକତନ୍ତ୍ର ପ୍ରତି ଲଜ୍ଜା ।