Fri. Nov 22nd, 2024

ସାମନ୍ତରାପୁରରେ ମିଠା ଦୋକାନୀ ହତ୍ୟା ଘଟଣା: ମୋଟ୍ ୯ଜଣ ଅଭିଯୁକ୍ତ ଗିରଫ

1 min read
Spread the love

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା କରିବା ଘଟଣା ସଂପର୍କରେ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ଏହି ମାମଲାରେ ୨ ସୁପାରି କିଲରଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ଏହି ୨ ସୁପାରି କିଲର୍ ହେଲେ ଆଶୁତୋଷ ମହାନ୍ତି ଓ ଶ୍ରୀତିକ ବିଶ୍ୱାଳ। ଉଭୟଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଡୁମୁଡ଼ିବନ୍ଧରୁ ଗିରଫ କରାଯାଇଛି ।ଏହି ଦୁଇ ଅପରାଧୀଙ୍କୁ ଘରେ ରଖିବା ମାମଲାରେ ଅଭିଜିତ ନାୟକଙ୍କୁ ବି ଗିରଫ କରାଯାଇଛି। ଏହାସହ ଏଯାବତ୍ ଘଟଣାରେ ଏ ଯାଏଁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ଗିରଫ କରାଗଲାଣି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି କମିସନର୍ କହିଛନ୍ତି। ଦୋଷୀଙ୍କୁ ଦଣ୍ଡ ସହ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେପଟେ ଅପରାଧୀଙ୍କୁ ଧରିଥିବା ପୁଲିସ ଅଧିକାରୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ପୁଲିସ୍ କମିସନର୍।

ସୂଚନାଯୋଗ୍ୟ, ମୃତ ଶମ୍ଭୁ ପୁର୍ବରୁ ଦିଲୀପ ବେହେରାଙ୍କଠାରୁ ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଶମ୍ଭୁ ଦିଲୀପଙ୍କୁ ଗାଳିଗୁଲଜ କରିଥିଲେ। ଏକଥା ଦିଲୀପଙ୍କର ପୁଅ ଜାଣିବା ପରେ ତାଙ୍କର ସାଙ୍ଗ ଶ୍ରୀତିକ ଓ ଆଶୁତୋଷଙ୍କୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ। ଗତ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ଶ୍ରୀତିକ ଓ ଆଶୁତୋଷ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ପୁର୍ବରୁ କମିସନରେଟ ପୁଲିସ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ରାଜା ବେହେରା କୋର୍ଟରେ ଆତ୍ମସମର୍ପଣ କରିସାରିଛି।

Copyright © All rights reserved.