Fri. Feb 7th, 2025

ଇ-କମର୍ସରେ ଉତ୍ସବ ବିକ୍ରି

1 min read
Spread the love

ନୂଆଦିଲ୍ଲୀ: ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ , ଆମାଜନ୍ ଓ ସ୍ନାପ୍‌ଡିଲ୍‌ ପକ୍ଷରୁ ଉତ୍ସବ ଋତୁର ସର୍ବବୃହତ ସେଲ୍ ଚାଲୁ ରହିଛି। ଇତି ମଧ୍ୟରେ ୭୦ରୁ ଅଧିକ ଜଣ ବିକ୍ରେତା ମାଲାମାଲ ହୋଇସାରିଲେଣି। ପାଞ୍ଚ ହଜାରରୁ ଅଧିକ ବିକ୍ରେତା‌ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ବିକ୍ରି କରିଥିବା ଜଣାପଡ଼ିଛି। ଆମାଜନ୍ ପକ୍ଷରୁ ଦାବି କରାଯାଇଛି ଯେ ଏହାର ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ୍ ସେଲ୍‌ର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ବିକ୍ରେତା ଓ କଂପାନିଗୁଡ଼ିକ ବିପୁଳ ମାତ୍ରାରେ ଲାଭବାନ ହୋଇଛନ୍ତି। ସେହିପରି ଫ୍ଲିପ୍‌କାର୍ଟର ବିଗ୍ ବିଲିଅନ୍ ଡେଜ୍‌ ସେଲ୍‌ର ପ୍ରଥମ ଦୁଇ ଦିନରେ ଗତବର୍ଷର ଛଅ ଦିନିଆ ସପିଙ୍ଗ୍‌ ଉତ୍ସବ ଠାରୁ ଅଧିକ ସାମଗ୍ରୀ ବିକ୍ରି ହୋଇଥିବା ଜଣାପଡ଼ିଛି। ସ୍ନାପ୍‌ଡିଲ୍‌ର କମ୍ ମେ ଦମ୍ ସେଲ୍‌ରେ ଛୋଟ ଓ ମଧ୍ୟମ ଧରଣର ସହର‌ରେ ଥିବା ବିକ୍ରେତାମାନେ ଅଧିକ ବରାଦ ହାସଲ କରିଛନ୍ତି। ଆମାଜନ୍‌ ପକ୍ଷରୁ କୁହାଯାଇଛି ଯେ ଦି ‌ଗ୍ରେଟ୍‌ ଇଣ୍ଡିଆନ୍ ଫେଷ୍ଟିଭାଲ୍‌ର ପ୍ରଥମ ୪୮ ଘଣ୍ଟାରେ ୧ ଲକ୍ଷ ୧୦ ହଜାର ବିକ୍ରେତା ବରାଦ ହାସଲ କରିଛନ୍ତି। ପା‌ଞ୍ଚ ହଜାରରୁ ଅଧିକ ବିକ୍ରେତା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବରାଦ ପାଇଛନ୍ତି।

ଯେଉଁ ବିକ୍ରେତାମାନେ ବରାଦ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅଛନ୍ତି। ଚଳିତ ବର୍ଷ ଏହି ଉତ୍ସବରେ କିଣାକିଣି କରୁଥିବା ଗ୍ରାହକମାନଙ୍କ ମଧ୍ୟରୁ ୯୧ ପ୍ରତିଶତ ହେଉଛନ୍ତି ନୂଆ ଗ୍ରାହକ। ମାତ୍ର ଦୁଇ ଦିନ ଭିତରେ କଂପାନି ଦେଶର ୯୮.୪ ପ୍ରତିଶତ ପିନ୍‌ କୋଡ୍‌ରୁ ଗ୍ରାହକଙ୍କ ବରାଦ ପାଇଛି ବୋଲି ଆମାଜନ୍ ଇଣ୍ଡିଆର ଉପ ସଭାପତି ମନିଷ ତିୱାରୀ କହିଛନ୍ତି। ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି ଯେ ଏହାର ବିଗ୍ ବିଲିଅନ୍ ଡେଜ୍ ସେଲ୍‌ରେ ୩ ଲକ୍ଷରୁ ଅଧିକ ବିକ୍ରେତା ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ବିକ୍ରେତା ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଅଞ୍ଚଳରୁ ଆସିଛନ୍ତି। କଂପାନିର ୭୦ ବିକ୍ରେତା କୋଟିପତି ହୋଇସାରିଥିବା ବେଳେ ୧୦ ହଜାରୁ ଅଧିକ ବିକ୍ରେତା ଲକ୍ଷାଧିକ ଟଙ୍କାରୁ ଅଧିକ କାରବାର କରିଛନ୍ତି

Copyright © All rights reserved.