Fri. Nov 22nd, 2024

ଫିଟ୍‌ ରଖେ ଯୋଗାସନ

1 min read
Spread the love

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ…ଯୋଗ କରିବା ସମୟରେ ବିଭିନ୍ନ ଯୋଗମୁଦ୍ରା ଏବଂ ଶ୍ୱାସକ୍ରିୟା ମଧ୍ୟରେ ସାମଞ୍ଜସ୍ୟ ଯୋଗୁ  ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁରୂପେ ହୋଇଥାଏ। ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ଭଲ ଭାବେ ପହଞ୍ଚତ୍ବା ଯୋଗୁ ତ୍ବଚା ଏବଂ ଅନ୍ତଃ ଅଙ୍ଗଗୁଡିକ ମଧ୍ୟ ସୁସ୍ଥ ରହିଥାଏ।ନିୟମିତ ଯୋଗାସନ ମାନସିକ ସନ୍ତୁଳନ ରକ୍ଷା କରିଥାଏ। ଫଳରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଚିଡିଚିଡା ପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ। ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁ ବିଶେଷ କରି ଋତୁସ୍ରାବ ବିରତି ପରେ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ଯୋଗାସନ ସାହାଯ୍ୟ କରିଥାଏ। ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧିପାଉଥିବାରୁ ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣା ଶୀଘ୍ର ଭଲ ହୋଇଯାଇଥାଏ।  ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ  ନୀରୋଗ, ଗତିଶୀଳ ଏବଂ ଖୁସି ରଖିଥାଏ।ବର୍ତ୍ତମାନ ମେଦବହୁଳତା ପାଲଟିଛି ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ ସମସ୍ୟା। ଏଥିଯୋଗୁ ଡାଇବେଟିସ୍‌, ରକ୍ତଚାପ ଭଳି ସମସ୍ୟା କମାଇ ଫିଟ୍‌ ରଖିବା ଲାଗି ଯୋଗାସନ କରିବା ବେଶ୍‌ ଲାଭଦାୟକ।  ଯୋଗାସନ କରିବାଦ୍ବାରା ହାର୍ଟ ଏବଂ ଧମନୀ ସୁସ୍ଥ ରହିଥାଏ। ଅପରପକ୍ଷେ ରକ୍ତ ସଞ୍ଚାଳନ ଭଲ ଭାବେ ହେବା କାରଣରୁ ମଧ୍ୟ ହୃଦ୍‌ରୋଗ ଆଶଙ୍କା କମିଥାଏ।ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନଶକ୍ତି ବୃଦ୍ଧି ପାଇଥାଏ।ଏହା ମାଂସପେଶୀଗୁଡିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ।ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ। କେବଳ ଏତିକି ନୁହେଁ ନିୟମିତ ଯୋଗ କରିବା ଦ୍ବାରା ସ୍ତନକର୍କଟ ଆଶଙ୍କା ମଧ୍ୟ କମିଥାଏ।ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ନିଦ୍ରାହୀନତା ସମସ୍ୟା ଭୋଗୁଥିବା ମହିଳାଙ୍କ ଲାଗି ଅତି ଉତ୍ତମ। ଯୋଗ କରିବା ଦ୍ବାରା ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିବା ସହ କେଶ ମଜଭୁତ ରହିଥାଏ। ଶରୀର ଗଠନକୁ ସୁଠାମ କରିଥାଏ।

Leave a Reply

Your email address will not be published.

Copyright © All rights reserved.