Fri. Nov 22nd, 2024

କଦଳୀ ଭଣ୍ଡା ରାଇ

1 min read
Spread the love

କଦଳୀ ଗଛ ର ଫୁଲ କୁ କଦଳୀ ଭଣ୍ଡା କହନ୍ତି । ଏହାର ରଙ୍ଗ ଖଇରିଆ ହୋଇଥାଏ । ଏହାର ଫୁଲ ଗୁଡ଼ିକ ଶକ୍ତ, ଖଇରିଆ ପାଖୁଡା ଦ୍ଵାରା ଆଚ୍ଛାଦିତ ହୋଇଥାଏ । ପାଖୁଡାର ଆସ୍ତରଣ କୁ ଗୋଟିଏ ପରେ ଗୋଟିଏ ଖୋଲିଲେ ତା ଭିତରେ ଫିକା ହଳଦିଆ ରଙ୍ଗର ଫୁଲ ଥାଏ । ଏହାକୁ ନେଇ ଓଡ଼ିଶାର ଅନେକ ଅଞ୍ଚଳରେ ବିଭିନ୍ନ ପ୍ରକାରର ତରକାରି ପ୍ରସ୍ତୁତ କରାଯାଏ, ତନ୍ମଧ୍ୟରୁ କଦଳୀ ଭଣ୍ଡା ରାଇ ଗୋଟିଏ । କେତେକ ଭଣ୍ଡା ପିତା ମଧ୍ୟ ଲାଗେ, ତେଣୁ ପ୍ରସ୍ତୁତ କରିବା ଆଗରୁ ଚାଖି ଏହାକୁ ବ୍ୟବହାର କରାଯାଇଥାଏ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଦଳୀ ଭଣ୍ଡାରୁ ଫୁଲ ଗୁଡ଼ିକୁ ଅଲଗା କରିନିଆଯାଏ । ଫୁଲ ର ମଝିରେ ଏକ ସରୁ ଓ ଲମ୍ବା କେଶର ଥାଏ । ଏହାକୁ ଫୁଲ ରୁ ଅଲଗା କରିବାକୁ ହେବ ।ତାପରେ ଫୁଲ ଗୁଡ଼ିକୁ ଭଲ ଭାବରେ ଧୋଇ ରଖନ୍ତୁ ଓ ଶିଳରେ ବା ଗ୍ରାଇଣ୍ଡରରେ ବାଟି ଦିଆଯାଏ ।

  • ଶୋରିସ, ପୋସ୍ତ, ରସୁଣ, ଜିରା, କଞ୍ଛା ଲଙ୍କା କୁ ବାଟି ନିଆଯାଏ ।
  • ଆଳୁ, ବୋଇତାଳୁ, କୁନ୍ଦୁରି, ବାଇଗଣ କୁ ଛୋଟ ଛୋଟ କରି କାଟି ନିଆଯାଏ ।
  • କଡେଇରେ କିଛିଶୋରିସ ତେଲ ଦେଇ, ସେଥିରେ ଅଳ୍ପ ଫୁଟଣ, ଶୁଖିଲା ଲଙ୍କା ପକାଯାଇଥାଏ ।
  • ପରିବାକୁ ଅଳ୍ପ ସନ୍ତୁଳି ଦେଇ ସେଥିରେ କଟା ଭଣ୍ଡା କୁ ମିଶାଯାଇଥାଏ ।
  • ଲୁଣ, ସାମାନ୍ୟ ହଳଦି, ଆବଶ୍ୟକ ମୁତାବକ ପାଣି ଦେଇ ଘୋଡାଇ ଦିଆଯାଏ ।
  • ପରିବା ସିଝି ଆସିଲେ ସେଥିରେ ଛୋଟ ଆମ୍ବୁଲ ଖଣ୍ଡେ ପକାଇ ଦିଆଯାଏ ।
  • ଏହାକୁ ଗରମ ଭାତ ବା ପଖାଳ ସହିତ ପରସାଯାଇଥାଏ ।
Copyright © All rights reserved.