ଜାନୁୟାରିରୁ ବଢିପାରେ ମାରୁତି କାରର ମୂଲ୍ୟ!
1 min readନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ କାର ନିର୍ମାତା ମାରୁତି ସୁଜୁକି ଖୁବ୍ ଶୀଘ୍ର ଏହାର ଗାଡ଼ିଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି। କମ୍ପାନୀ କହିଛି ଯେ ସେମାନଙ୍କର ଇନପୁଟ୍ ମୂଲ୍ୟ (ଖର୍ଚ୍ଚ) ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନେବାକୁ ପଡିବ | ତେବେ ମାରୁତିର ଏହି ନିଷ୍ପତ୍ତି ପରେ ଅନ୍ୟ ଅଟୋ କମ୍ପାନୀଗୁଡିକ ମଧ୍ୟ ଶୀଘ୍ର ମୂଲ୍ୟ ବୃଦ୍ଧି ବାବଦରେ ଘୋଷଣା କରିପାରନ୍ତି ।ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇ ମାରୁତି ସୁଜୁକି କହିଛି ଯେ ଗତ ଏକ ବର୍ଷ ମଧ୍ୟରେ ଗାଡି ଉତ୍ପାଦନ ମୂଲ୍ୟ ବୃଦ୍ଧି ପାଇଛି | କାରଣ କଞ୍ଚାମାଲର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇଛି, ଯାହାର ଚାପ ଗାଡି ନିର୍ମାଣ ଉପରେ ପଡିଛି | କମ୍ପାନୀ କହିଛି ଯେ ଉତ୍ପାଦନ ମୂଲ୍ୟ ବଢ଼ିଥିବାରୁ ଜାନୁଆରୀ ୨୦୨୧ ରୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ କହିଛି ଯେ ଯାନବାହାନର ମୂଲ୍ୟ ବୃଦ୍ଧି ବିଭିନ୍ନ ମଡେଲ ପାଇଁ ଭିନ୍ନ ହେବ |
ସୂଚନା ଥାଉ କି ଗତ ବର୍ଷ ମଧ୍ୟ କମ୍ପାନୀ ଜାନୁୟାରୀ ୧, ୨୦୨୦ ରୁ ଗାଡିର ମୂଲ୍ୟ ବୃଦ୍ଧି କରିଥିଲା। କମ୍ପାନୀ କିଛି ମଡେଲରେ ୪.୭ ପ୍ରତିଶତ ବୃଦ୍ଧି କରିଥିଲା | କମ୍ପାନୀ ଏଣ୍ଟ୍ରି ଲେବଲ୍ ହ୍ୟାଚବ୍ୟାକ୍ ଅଲ୍ଟୋର ମୂଲ୍ୟ ୬ ରୁ ୯ ହଜାର ଟଙ୍କାକୁ ବୃଦ୍ଧି କରିଥିବାବେଳେ ଏସ-ପ୍ରେସୋ ମୂଲ୍ୟ ୧୫୦୦ ରୁ ୮୦୦୦ ଟଙ୍କା, ୱାଗନ୍ ଆର ମୂଲ୍ୟ ୧୫୦୦ ରୁ ୪୦୦୦ ଟଙ୍କା ବୃଦ୍ଧି କରିଥିଲା