ଆଇସିସି ଟେଷ୍ଟ୍ ମାନ୍ୟତା: କୋହଲି ଦ୍ବିତୀୟକୁ ଉଠିଲେ
1 min readଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଦ୍ବାରା ଘୋଷିତ ସଦ୍ୟ ଟେଷ୍ଟ୍ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଲମ୍ଫ ଦେଇଛନ୍ତି। କୋହଲି ୮୮୬ ରେଟିଂ ପଏଣ୍ଟ୍ ସହ ଅଗ୍ରଣୀ ଭାରତୀୟ ବ୍ୟାଟ୍ସମ୍ୟାନ୍ର ମାନ୍ୟତା ପାଇଥିଲା ବେଳେ ଚେତେଶ୍ବର ପୂଜାରା (୭୬୬) ଏବଂ ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୭୨୬) ଶୀର୍ଷ-୧୦ରେ ରହିଛନ୍ତି। ପୂଜାରା ସପ୍ତମ ଏବଂ ରାହାଣେ ଦଶମ ସ୍ଥାନ ପାଇଛନ୍ତି। ଆଇସିସି ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ଶୀର୍ଷ ସ୍ଥାନରେ ଅଛନ୍ତି। ତେବେ ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ (୮୭୭) ଗୋଟିଏ ସ୍ଥାନ ଖସି ତୃତୀୟରେ ପହଞ୍ଚିଥିଲା ବେଳେ ଯୁବ ଅଷ୍ଟ୍ରେଲୀୟ ତାରକା ମାର୍ନସ ଲବୁସାନେ (୮୨୭) ଚତୁର୍ଥ, ପାକିସ୍ତାନର ବାବର ଆଜମ୍ (୭୯୭) ପଞ୍ଚମ ଓ ଅଷ୍ଟ୍ରେଲିଆର ଡେଭିଡ୍ ୱର୍ନର (୭୯୩) ଷଷ୍ଠରେ ରହିଛନ୍ତି। ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ (୭୬୦) ଏବଂ ଜୋ ରୁଟ୍ (୭୩୮) ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ପାଇଛନ୍ତି।