ନିରାମିଷ ଖାଦ୍ୟରୁ ମିଳିଥାଏ ପ୍ରୋଟିନ୍
1 min readଆମିଷରୁ ଶରୀରକୁ ଯେଉଁ ଭଳି ପ୍ରୋଟିନ୍ ମିଳିଥାଏ, ବହୁ ନିରାମିଷ ଖାଦ୍ୟ ସାମଗ୍ରୀରୁ ମଧ୍ୟ ସେହିଭଳି ମିଳେ। ନିଜ ଭୋଜନର ଅନୁପାତ ଓ ଖାଇବା ଶୈଳୀକୁ ଠିକ୍ ରଖିଲେ, ବିନା ଆମିଷରେ ମଧ୍ୟ ଶରୀରକୁ ଉନ୍ନତ ପୋଷକ ତତ୍ତ୍ୱ ମିଳିଥାଏ।
ପ୍ରୋଟିନ୍
ବାଜରା ଓ ବାର୍ଲି ପରି ଖାଦ୍ୟରୁ ଶରୀରକୁ ୧୮ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ମିଳିଥାଏ ।ଦହି ,କାବୁଲି ମଟର, ମଟର ଓ ସୋୟାବିନ୍ରେ ମଧ୍ୟ ବହୁପରିମାଣର ପ୍ରୋଟିନ୍ ରହିଛି
ଭିଟାମିନ୍ ଡି’
ଭିଟାମିନ ଡି’ର ଅଭାବ, ମାଂସପେଶୀ ଓ ହାଡ଼ ଦୁର୍ବଳ ହେବାର ପ୍ରମୁଖ କାରଣ। ଭିଟାମିନ ଡି’ ଅଭାବରୁ ପିଲାମାନେ ଆଜ୍ମା ଏବଂ ବୃଦ୍ଧାବସ୍ଥାରେ Cognitive impairment, intolerance ଓ multiple sclerosis ଭଳି ସମସ୍ୟା ଦେଖାଦେଇଥାଏ। ସୋୟା ବଢ଼ି, ଛତୁ ଓ ଅରେଞ୍ଜ ଜୁସ୍ରେ ଭିଟାମିନ ଡି’ ବହୁତ ପରିମାଣରେ ରହିଥାଏ।
ଭିଟାମିନ ବି’୧୨
ପନିର୍, ଦହି ,ଅମୁଲ, ଫର୍ଟିଫଶାଇଡ୍ ଚାଉଳ, ଡ୍ରାଏ ଫୁଟ୍ସ୍ରୁ ଭିଟାମିନ ବି’ ୧୨ ପ୍ରଚୁର ମାତ୍ରାରେ ମିଳିଥାଏ।