ଅଗରବତି ପାଇଁ ଓଡ଼ିଶା ଏକ ଭଲ ବଜାର: ଅନିତା ମହାନ୍ତି
1 min readରାଜ୍ୟର ଅଗରବତି ବଜାରରେ ପ୍ରତିଷ୍ଠିତ କଂପାନିଗୁଡ଼ିକର ଭିଡ଼ ଭିତରେ ନିଜର ବ୍ରାଣ୍ଡ୍ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଗୁପ୍ତଗଙ୍ଗା ଅଗରବତିର ନିର୍ଦେଶିକା ଅନିତା ମହାନ୍ତି। ଜଣେ ମହିଳା ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ କରି ଏବଂ ଆଗକୁ ବଢ଼ିବା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ନିଜ ଭବିଷ୍ୟତ ଯୋଜନା ବିଷୟରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି।ଜଣେ ମହିଳା ଭାବେ କାହିଁକି ଅଗରବତି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମନ ବଳାଇଥିଲେ?ପରତ୍ୟେକ ଘରେ ମହିଳାମାନେ ହିଁ ପୂଜା କାର୍ଯ୍ୟ କରିଥାନ୍ତି। ମୁଁ ମଧ୍ୟ ନିୟମିତ ପୂଜା କାର୍ଯ୍ୟ କରେ। ସେହି ଦୃଷ୍ଟିରୁ ନିୟମିତ ଧୂପ ଦେବା ବେଳେ ମୋର ମଧ୍ୟ ଅଗରବତି କମ୍ପାନୀଟିଏ ପ୍ରତିଷ୍ଠା ପାଇଁ ଆଗ୍ରହ ହୋଇଥିଲା। ସେଦିନର ସେହି ଭାବନାରୁ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଗୁପ୍ତଗଙ୍ଗା ଅଗରବତି।ପ୍ରଥମେ ଏକ ଛୋଟିଆ ଘରେ ଅନ୍ୟ କମ୍ପାନୀର ଖୋଳରେ ନିଜେ ପ୍ରସ୍ତୁତ କରିଥିବା ଅଗରବତି ବଜାରକୁ ଛଡ଼ାଯାଉଥିଲା। ମାତ୍ର କିଛି ଦିନର ମାର୍କେଟିଂ ଅଭିଜ୍ଞତା ପରେ ନିଜସ୍ବ ବ୍ରାଣ୍ଡ୍ ‘ଗୁପ୍ତଗଙ୍ଗା’ ଅଗରବତି ବଜାର ପ୍ରବେଶ ହୋଇଥିଲା। ଏବେ ଏହି ଗୁପ୍ତଗଙ୍ଗା ଅଗରବତି ସମଗ୍ର ରାଜ୍ୟରେ ଏକ ପ୍ରମୁଖ ବ୍ରାଣ୍ଡ
ସ୍ୟା। ଯଦି ଠିକ୍ ଢଙ୍ଗରେ ମାକେଟିଂ କରି ନ ପାରିଲ, ତେବେ ମୂଳରୁ ବୁଡିଯିବା ଥୟ। କାରଣ ନୂଆ ଅଗରବତି କମ୍ପାନୀକୁ ବଜାରରେ ଠିକ୍ ଢଙ୍ଗର ରେସପନସ୍ ମିଳି ନଥାଏ। ଯାହାଦ୍ବାରା ଅଳ୍ପ ଦିନରେ ବ୍ୟବସାୟର କ୍ଷତି ହୋଇଥାଏ।
ଆପଣଙ୍କର ମନେ ଥିବ, ପୂର୍ବରୁ ସନ୍ଧ୍ୟା ବେଳେ ସମସ୍ତଙ୍କ ଘରେ ସଂଜବତୀ ଲାଗୁଥିଲା। ଏହି ସଂଜବତୀ ବିଶେଷ କରି ଧଳା କପଡ଼ାରେ ତିଆରି ହେଉଥିଲା। ମୁଖ୍ୟତଃ ପୁରୁଣା ଧୋତି କିମ୍ବା ଲୁଗାକୁ ସଫା କରି ଗ୍ରାମାଞ୍ଚଳମାନଙ୍କରେ ସଂଜବତୀ ତିଆର କରି ବ୍ୟବହାର କରୁଥିଲେ। ଏହା ସମସ୍ତଙ୍କ ଘରେ ଏକ ପରମ୍ପରା ଭାବେ ପ୍ରଚଳିତ। ଧୀର ଧୀରେ ପରିସ୍ଥିତି ବଦଳିଛି। ଲୋକଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ତେଣୁ ସଂଜବତୀ ସ୍ଥାନରେ ଏବେ ଧୂପ ପ୍ରଚଳିତ ହୋଇଛି। ସେହି ଦୃଷ୍ଟିରୁ ଓଡ଼ିଶା ଅଗରବତିପାଇଁ ସବୁଠୁ ଭଲ ବଜାର।କେଉଁ ଅଗରବତି କମ୍ପାନିକୁ ଆପଣଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ମନେ କରନ୍ତମୋର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ମୁଁ ନିଜେ ନିଜର ପ୍ରତିଦ୍ବନ୍ଦ୍ବୀ। କାରଣ ପ୍ରତିବର୍ଷ ମୁଁ ନିଜ ଅଗରବତିର ବାସ୍ନା ଏବଂ ମାନ କିଭଳି ଆହୁରି ଉଚ୍ଚ ହୋଇପାରିବ ତାହାକୁ ଧ୍ୟାନ ଦେଉଛି।