Fri. Feb 7th, 2025

ପ୍ରେମରେ ଧୋକା ଖାଇ ଛାତ୍ରୀଙ୍କ ଆତ୍ମହତ୍ୟା

1 min read
Spread the love

ଭୁବନେଶ୍ବର : ‘ମୁଁ ମରିଯିବି ସିନା, କିନ୍ତୁ ଆଉ କାହା ଜୀବନ ନଷ୍ଟ କରିବାକୁ ଦେବିନି’। ଏମିତି କିଛି ସୁଇସାଇଡ୍‌ ନୋଟ୍ ଲେଖିବା ପରେ ଜଣେ ଛାତ୍ରୀ ରାଜଧାନୀରେ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ପ୍ରେମିକଙ୍କୁ ଦୋଷ ଦେଇ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍-୮ ଅଞ୍ଚଳରେ। ପୁଲିସ ଆଜି ଅଭିଯୁକ୍ତ ପ୍ରେମିକ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ବିଜୟବିହାର ଅଞ୍ଚଳର ଦିବ୍ୟଲୋଚନ ଦାସ(୨୪)କୁ ଗିରଫ କରି କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ୟୁନିଟ୍-୮ ଅଞ୍ଚଳର ସରିତା ଦାସ। ସରିତାଙ୍କ ବାପା ଅଜୟ ଦାସଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଧାରା-୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା)ରେ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ପୁଲିସ ତିନି ପୃଷ୍ଠାର ସୁଇସାଇଡ ନୋଟ୍ ଓ ମୋବାଇଲ ଫୋନ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। All content will be here

ପୁଲିସ ସୂଚନା ଅନୁସାରେ, ସରିତା ବିବିଏ ପାସ୍ କରିଛନ୍ତି। ସେହିପରି ଅଭିଯୁକ୍ତ ପ୍ରେମିକ ଦିବ୍ୟଲୋଚନ କମର୍ସରେ ସ୍ନାତକ ଶେଷ କରିଛି। ଉଭୟ ସହିଦନଗରସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଫାର୍ମାସି ଆସିଷ୍ଟାଣ୍ଟ ତାଲିମ ନେଉଥିଲେ। ପ୍ରାୟ ବର୍ଷେ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ପ୍ରେମରେ ତିକ୍ତତା ସୃଷ୍ଟି ହୋଇଥିଲା। ଗତ ୧୭ ତାରିଖରେ ସରିତା ଏକାଧିକ ଥର ଦିବ୍ୟଲୋଚନଙ୍କ ଫୋନ କଲ୍ ଓ ମେସେଜ୍ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଶେଷରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ଉଭୟ ସରିତା ଓ ଅଭିଯୁକ୍ତ ଦିବ୍ୟଲୋଚନଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରି ସେଥିରୁ ତଥ୍ୟ କାଢିବାକୁ ଚେଷ୍ଟା କରୁଛି। ଏହି ମୋବାଇଲ ଫୋନକୁ ଫୋରେନସିକ୍ ଲାବରେଟୋରିକୁ ପଠାଯିବ। ମେସେଜ୍‌ର ପ୍ରିଣ୍ଟ ଆଉଟ୍ ଓ ଫୋରେନସିକ୍ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ଅଧିକାରୀ କହିଛନ୍ତି।

Copyright © All rights reserved.