Thu. Feb 6th, 2025

ଗୁଜୁରାଟ: ଦୁଇଟି ଯାକ ରାଜ୍ୟସଭା ଆସନକୁ ହାତେଇଲା ବିଜେପି

1 min read
Spread the love

ଗାନ୍ଧୀନଗର: ଗୁଜୁରାଟର ଦୁଇଟି ଯାକ ରାଜ୍ୟସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ଦୀନେଶଚାମଦ୍ରା ଜେମଲଭାଇ ଅନନଭାଦିଆ ଏବଂ ରାମଭାଇ ହରଜୀଭାଇ ମୋକାରିଆ ଉଭୟ ରାଜ୍ୟସଭା ଆସନରେ ଜିତିଛନ୍ତି।ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ ଅହମ୍ମଦ ପଟେଲ ଏବଂ ବିଜେପି ସାଂସଦ ଅଭୟ ଗଣପାତରାୟଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡିଥିଲା।ଗତ ଗୁରୁବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିଲା। କିନ୍ତୁ କଂଗ୍ରେସ କୌଣସି ପ୍ରାର୍ଥୀ ଦେଇ ନଥିଲା। ନିଜ ପ୍ରାର୍ଥୀଙ୍କୁ ଜତାଇବା ପାଇଁ କଂଗ୍ରେସ ନିକଟରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ କଂଗ୍ରେସ ପ୍ରାର୍ଥୀ ଦେବାରୁ ବିରତ ରହିଥିଲା। ୧୮୦ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ କଂଗ୍ରେସରେ ୬୫ ଜଣ ବିଧାୟକ ଥିବାବେଳେ ବିଜେପିର ୧୧୧ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ଦଳ ପ୍ରାର୍ଥୀ ନଦେବା ଫଳରେ ବିଜେପିର ପ୍ରାର୍ଥୀମାନେ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି।

Copyright © All rights reserved.