କୋଲେଷ୍ଟରଲ କମାଇବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ସହଜ ଉପାୟ
1 min readଛତୁରେ ବିଭିନ୍ନ ପୋଷକତ୍ବ ରହିଥାଏ। ଏହାକୁ ପ୍ରତିଦିନ ଖାଇଲେ ଶରୀରର ଅନେକ ଉପକାର ହୁଏ। ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ । ଛତୁରେ ସୋଡିୟମ, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଆଦି ପୋଷକ ତତ୍ତ୍ୱ ରହିଥାଏ। ଶରୀରରେ କୋଲେଷ୍ଟରଲ ଓ ଶର୍କରାସ୍ତରକୁ ଛତୁ କମାଏ। ଏହା ମେଦବହୁଳ ଓ ହୃଦ୍ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ। ଛତୁରେ ଲିନ୍ ପ୍ରୋଟିନ୍ ରହିଥାଏ। ଏହା ମେଦବହୁଳତା ଦୂର କରିବାରେ ହୋଇଥାଏ ସହାୟକ। ଛତୁ କେଶକୁ ସୁସ୍ଥ ଓ ସୁନ୍ଦର ମଧ୍ୟ କରିଥାଏ। ଛତୁରେ ରୋଗପ୍ରତିରୋଧକ ଶକ୍ତି ରହିଥାଏ। ଛତୁ ଉଚ୍ଚରକ୍ତଚାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ନିୟମିତ ଖାଦ୍ୟରେ ଛତୁ ଖାଇବା ଦ୍ୱାରା ରକ୍ତଚାପ ଓ ଲିଭର ଜନିତ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ବହୁମାତ୍ରାରେ ଲୌହସାର ରହିଥିବାରୁ ଏହା ରକ୍ତ ସଂଚାଳନକୁ ସ୍ବାଭାବିକ କରେ। ଡାଇବେଟିସ୍ ରୋଗୀ ପ୍ରତିଦିନ ଛତୁ ଖାଇଲେ ମିଳିଥାଏ ସୁଫଳ। ଛତୁରେ ଥିବା ଭିଟାମିନ ବି’ ଖାଦ୍ୟକୁ ଗ୍ଲୁକୋଜ୍ରେ ପରିଣତ କରେ। ଛତୁୁ ଖାଇବା ଦ୍ୱାରା କ୍ୟାନସର, ଏଚ୍ଆଇଭି ସଂକ୍ରମଣର ଆଶଙ୍କା କମ୍ ହୋଇଥାଏ।