ହ୍ୟାଟ୍ରିକ ଛକା ମାରିବାରେ ହାର୍ଦ୍ଦିକଙ୍କ ରେକର୍ଡ
1 min readଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଦକ୍ଷ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ନିମ୍ନକ୍ରମରେ ବ୍ୟାଟିଂ କରୁଥିଲେ ମଧ୍ୟ ତାଙ୍କ ନାମରେ ଏକ ବିରଳ ରେକର୍ଡ ରହିଛିି। ଖୁବକମ୍ ଅନ୍ତର୍ଜାତୀୟ ଦିନିକଆ ମ୍ୟାଚ୍ ଖେଳି ସର୍ବାଧିକ ଥର ହ୍ୟାଟ୍ରିକ ଛକା ଲଗାଇବାରେ ସେ ରେକର୍ଡ କରିଛନ୍ତି। ୨୫ ବର୍ଷୀୟ କ୍ରିକେଟର ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୪ ଥର ହ୍ୟାଟ୍ରିକ ଛକା ମାରିସାରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ସ୍ପିନର ଟଡ ଆସଲେଙ୍କ ୩ ବଲରେ ସେ କ୍ରମାଗତ ଛକା ଲଗାଇ ହାର୍ଦ୍ଦିକ ଏହି ସଫଳତା ପାଇଛନ୍ତି।
ଏଥିପୂର୍ବରୁ ସେ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନର ଇମାଦ ଓ୍ବାସିମ ଓ ଶାଦାବ ଖାଁ, ଅଷ୍ଟ୍ରେଲିଆର ଆଡାମ ଝମ୍ପାଙ୍କୁ ହ୍ୟାଟ୍ରିକ ଛକା ଲଗାଇ ସାରିଛନ୍ତି। ଏହି ବିରଳ ରେକର୍ଡର ଅଧିକାରୀ ହେବା ଲାଗି ହାର୍ଦ୍ଦିକ ମାତ୍ର ୪୫ ମ୍ୟାଚ୍ ଲାଗିଛି। ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ ଖେଳାଳି ଏବି ଡି’ ଭିଲର୍ସ ସମାନ ସଂଖ୍ୟକ ହ୍ୟାଟ୍ରିକ ଛକା ଲଗାଇଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଡି’ଭିଲର୍ସ ୨୨୮ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ତାଲିକାରେ ଓ୍ବେଷ୍ଟଇଣ୍ଡିଜ୍ ବିସ୍ଫୋରକ ଓପନର ଓ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟା ରହିଛନ୍ତି। ଉଭୟ କ୍ରିକେଟର ୩ ଥର ଲେଖାଏ ହ୍ୟାଟ୍ରିକ ଛକା ଲଗାଇଛନ୍ତି।