ଦିଲ୍ଲୀ ସିଜିଓ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ଅଣନିଶ୍ୱାସୀ ହୋଇ ସିଆଇଏସଏଫ୍ ଅଧିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ
1 min readନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସସ୍ଥିତ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଦୀନଦୟାଲ ଉପାଧ୍ୟାୟ ଅନ୍ତ୍ୟୋଦୟ ଭବନର ପାଞ୍ଚ ମହଲାରେ ନିଆଁ ଲାଗିବା ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ନିଆଁ ଲାଗିବା ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପ୍ରାୟ ୨୪ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ଏହି ବିଲ୍ଡିଂରେ ଭାରତୀୟ ବାୟୁସେନାର ଏକ ଶାଖା କାର୍ଯ୍ୟାଳୟ , ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରାଳୟ ଓ ବନ ମନ୍ତ୍ରାଳୟର କାର୍ଯ୍ୟାଳୟ ରହିଛି । ଏହାକୁ ପୂର୍ବେ ପରିବେଶ ଭବନ କୁହାଯାଉଥିଲା ।
ତେବେ ଏହି ଅଗ୍ନିକାଣ୍ଡ ସମୟରେ ସିଆଇଏସଏଫର ଜଣେ ଅଧିକାରୀ ଏମପି ଗୋଦାରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ପଞ୍ଚମ ମହଲାରେ କାମ କରୁଥିବା ସମୟରେ ହଠାତ ନିଆଁ ଲାଗି ଯାଇଥିଲା । ଏହାସହ ମନ୍ତ୍ରାଳୟର ଦିବ୍ୟାଙ୍ଗ ବିଭାଗର ବହୁ କଠୋରୀ କ୍ଷତିଗ୍ରସ୍ତ ହୋଇଛି ବୋଲି ଦିଲ୍ଲୀ ଅଗ୍ନିସେବା ଅଧିକାରୀ ସୂଚନା ଦେଇଛନ୍ତି।