ଏୟାରଟେଲର ନୂଆ ପ୍ଲାନ୍
1 min readନୂଆଦିଲ୍ଲୀ: ଏୟାରଟେଲ ଏବେ ୩ଟି ନୂଆ ଟାରିଫ୍ ପ୍ଲାନ ବ୍ୟବହାରକାରୀଙ୍କ ପାଇଁ ଆଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖାସ୍ କରି ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଅନଲିମିଟେଡ୍ କଲ ସହ ୨ଜିବି ଡାଟା ମିଳିବ ବୋଲି ଜଣାପଡ଼ିଛି। ଏହି ପ୍ଲାନ୍ ଆପଣାଇବା ପରେ ବ୍ୟବହାରକାରୀ ସବୁ ନେଟୱାର୍କର ନମ୍ବରକୁ କଲ କରି ଅନଲିମିଟେଡ୍ କଥା ହୋଇ ପାରିବେ। ଆଗରୁ ଜିଓରେ ମଧ୍ୟ ଏହି ସୁବିଧା ଥିବା ବେଳେ କିଛି ମାସ ତଳେ ସେ ନିଜର ପ୍ଲାନରେ ପରିବର୍ତ୍ତନ ଆଣିଥିଲା। ଏବେ ଲୋକେ କେବଳ ଜିଓରୁ ଜିଓକୁ ଅନଲିମିଟେଡ୍ କଲ୍ କରି ପାରୁଥିବା ବେଳେ ଅନ୍ୟ ନମ୍ବରକୁ କଲ କଲେ ସେମାନଙ୍କୁ ୬ପଇସା ଦେବାକୁ ପଡ଼ୁଛି। ଏହାକୁ ଆଖି ଆଗରେ ରଖି ଏୟାରଟେଲ ୩ଟି ପ୍ଲାନ୍ ଲଞ୍ଚ କରିଛି।
ଏୟାରଟେଲର ୨୧୯ ପ୍ରିପେଡ ପ୍ଲାନରେ ବ୍ୟବହାରକାରୀମାନେ ଦେଶର କୌଣସି ନମ୍ବରକୁ ଅନଲିମିଟେଡ୍ କଲ୍ କରି କଥା ହୋଇ ପାରିବେ। ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧ଜିବି ଡାଟା ମିଳିବା ସହ ୧୦୦ଟି ଏସଏମଏସ ପଠାଇବାର ସୁବିଧା ମିଳିବ। ଏହି ପ୍ଲାନର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିବ। ଏହା ସହ ବ୍ୟବହାରକାରୀମାନେ ମାଗଣାରେ ହେଲୋ ଟ୍ୟୁନ୍ ମଧ୍ୟ ରଖି ପାରିବେ।