Sat. Apr 19th, 2025

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

1 min read
Spread the love

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ ବ୍ୟାପି ସାରିଲାଣି। ନାସା ବୈଜ୍ଞାନିକ ସାଟେଲାଇଟ୍‌ ମାଧ୍ୟମରେ ଏହାକୁ ଟ୍ରାକ୍‌ କରିଛନ୍ତି। ଏହି ଧୂଆଁ ତସ୍ମାନ ସାଗର ଏବଂ ପ୍ରଶାନ୍ତ ମହାସାଗର ପାର କରି ଆଗକୁ ବଢ଼ି ଚାଲିଛି। ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରେ ଏପର୍ଯ୍ୟନ୍ତ ୨୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଆକଳନ କରାଯାଇଛି। ନାସା ଅନୁଯାୟୀ, ୮ ଜାନୁୟାରୀ ପର୍ଯ୍ୟନ୍ତ ଧୂଆଁ ୧୧ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।

ଏହି ଧୂଆଁ ନ୍ୟୁଜିଲାଣ୍ଡ୍‌ ଉପକୂଳ ଅଞ୍ଚଳ ଛାଡ଼ି ଦକ୍ଷିଣ ଆମେରିକା ନିକଟରେ ପହଞ୍ଚି ସାରିଛି। ଏହାପରେ ସିଡ୍‌ନୀ, ମେଲବୋର୍ନ, ଏଡିଲେଡ୍‌, କେନ୍‌ବରା ଧୂଆଁରେ ଆଚ୍ଛାଦିତ ହୋଇପଡ଼ିଛି। ନାସା କହିବା ଅନୁସାରେ, କିଛି ସପ୍ତାହ ମଧ୍ୟରେ ଧୂଆଁ ଅଷ୍ଟ୍ରେଲିଆ ଆକାଶରେ ପୁଣି ଛାଇଯିବ। ଏହି ଧୂଆଁ ଆଗାମୀ ଦିନରେ ଝଡ଼ର ରୂପ ନେଇପାରେ। ବୈଜ୍ଞାନିକମାନେ କୁହନ୍ତି, ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବାୟୁମଣ୍ଡଳ ଉତ୍ତପ୍ତ ହେବା ସହ ପ୍ରବଳ ଗରମ ଅନୁଭୂତ ହେବ। ଏହି ଧୂଆଁ ବାୟୁମଣ୍ଡଳର ଉପରିଭାଗ ଏବଂ ସମତାପ ମଣ୍ଡଳର ନିମ୍ନଭାଗରେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ପାରିବ। ଫଳରେ ଏହି ଧୂଆଁରେ ସମଗ୍ର ବିଶ୍ୱ ପ୍ରଭାବିତ ହେବ।

Copyright © All rights reserved.