Tue. Dec 3rd, 2024

ବେଦାନ୍ତ – ମାଣ୍ଡୁକ୍ୟ ଉପନିଷଦ

1 min read
Spread the love

ମାନସିକ ଏବଂ ବୌଦ୍ଧିକ ବ୍ୟକ୍ତିତ୍ବର ଉପାଧି ଏବଂ ପ୍ରାଣର ପାଞ୍ଚୋଟି ଦିଗ ଦ୍ଵାରା ପରିଚାଳିତ ହୋଇ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ମାଧ୍ୟମରେ ଆମେ ଜାଗ୍ରତ ଅବସ୍ଥା ଅନୁଭବ କରିବାରେ ସମର୍ଥ ହେଉ । ଏମାନଙ୍କ ଭିତରୁ ଗୋଟିଏ ନ ରହିଲେ ଆମର ଜାଗତିକ ଅନୁଭୂତି ସେହି ପରିମାଣରେ ଅପୂର୍ଣ ରହିବ । ଏହିପରି ଭଲ ଭାବରେ ବୁଝିପାରିଲେ କୁତ୍ସିତ ମନେ ହେଉଥିବା କଥାଟି ତାତ୍ପର୍ଯ୍ୟପୂର୍ଣ୍ଣ, ଅର୍ଥପୂର୍ଣ୍ଣ ଓ ଅନୁକରଣୀୟ ହୋଇଯାଏ । ଗୁଡାଏ ପ୍ରୟୋଗାତ୍ମକ ପୁସ୍ତକ ପଠନ ଅପେକ୍ଷା ଜଣେ ଗୁରୁଙ୍କ ପାଖରେ ବସି ଉପନିଷଦ୍ ଅଧ୍ୟୟନରେ ଲାଭ ମିଳିପାରିବ । ଆତ୍ମା ହେଉଛି ବ୍ରହ୍ମ, ଜୀବ ହେଉଛି ଈଶ୍ବର, ଜୀବାତ୍ମା ହେଉଛି ପରମାତ୍ମା । ତେଣୁ ବ୍ୟଷ୍ଟି ହିଁ ସମଷ୍ଟି – ଏହି ତଥ୍ୟରେ ଦୃଢ ରହିଲେ ବେଦାନ୍ତ ପ୍ରତିଷ୍ଠିତ ହୋଇପାରିବା ସ୍ଵାଭାବିକ ।

Copyright © All rights reserved.