Fri. Feb 7th, 2025

ନିଜ ବାଡ଼ିରେ ରଖନ୍ତୁ ଘିକୁଆଁରି ଗଛ, ଦୂରେଇ ଯିବ ଅନେକ ସମସ୍ୟା

1 min read
Spread the love

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ। ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ।

ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ। ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି।

ଏହାକୁ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରାଯାଇପାରେ। ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।

Copyright © All rights reserved.