ବିନା ଲଢ଼େଇରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ
1 min read
କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏକ ଟୁଇଟ କରିଛନ୍ତି। ଚାଇନାକୁ ଭାରତ ସରକାର ଜମି ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି, ଏପ୍ରିଲ ୨୦୨୦ର ସ୍ଥିତି ପୁନଃସ୍ଥାପିତ କରିବାକୁ ଭାରତର ଦାବିକୁ ଚାଇନା ମନା କରିଦେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଯୁଦ୍ଧରେ ଚାଇନାକୁ ହଜାରେ ବର୍ଗ କିଲୋମିଟର ଜମି ଦେଇଛନ୍ତି। ଏହି ଜମି କିପରି ପୁନଃରୁଦ୍ଧାର ହେବ ବୋଲି ଭାରତ ସରକାର କହିପାରିବେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ, ପୂର୍ବ ଲଦାଖର ଗୋଗ୍ରା-ହଟ୍ସପ୍ରିଙ୍ଗ୍ସ ଅଞ୍ଚଳରେ ଥିବା ପାଟ୍ରୋଲିଂ ଆଉଟପୋଷ୍ଟ ୧୫ ଠାରୁ ଭାରତ ଏବଂ ଚାଇନା ସୈନ୍ୟ ବାହିନୀ ପ୍ରତ୍ୟାହାର କରିଛନ୍ତି। ତଥାପି ଡେମୋକୋକ ଏବଂ ଡିପସଙ୍ଗ ଅଞ୍ଚଳରେ ବିବାଦର ସମାଧାନ କରିବାରେ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇନାହିଁ।