ବିଏସ୍ଏନ୍ଏଲ୍ର ସ୍ୱତନ୍ତ୍ର ପ୍ଲାନ୍; ପ୍ରତିଦିନ ଗ୍ରାହକଙ୍କୁ ମିଳିବ ୫ଜିବି ଡାଟା
1 min readନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନି ଭଳି ବିଏସ୍ଏନ୍ଏଲ୍ ନିଜର ଟାରିଫ୍ ପ୍ଲାନ୍କୁ ବୃଦ୍ଧି କରି ନାହିଁ। ଏହି କାରଣରୁ ବିଏସ୍ଏନ୍ଏଲ୍ ଗତବର୍ଷ ଡିସେମ୍ବରରେ ଜିଓଠାରୁ ଅଧିକ ଗ୍ରାହକ ନିଜ ସହିତ ଯୋଡ଼ିଥିଲା। ରିଚାର୍ଜ ପ୍ଲାନ୍ ସହିତ ମିଳୁଥିବା ଡାଟା କଥା କହିବାକୁ ଗଲେ ବିଏସ୍ଏନ୍ଏଲ୍ ପାଖରେ ଏକ ସ୍ୱତନ୍ତ୍ର ପ୍ଲାନ୍ ରହିଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ପ୍ରତିଦିନ ୫ଜିବି ଡାଟା ମିଳିବ। ଅର୍ଥାତ ବିଏସ୍ଏନ୍ଏଲ୍ ବ୍ୟବହାରକାରୀଙ୍କୁ ମାସକୁ ୧୫୦ଜିବି ଡାଟା ପ୍ରଦାନ କରିବ। ଏହି ପ୍ଲାନ୍ରେ ଗ୍ରାହକଙ୍କୁ ସର୍ବମୋଟ ୪୫୦ଜିବି ଡାଟା ମିଳିବ। ପ୍ରତିଦିନ ୫ଜିବି ଡାଟା ପ୍ରଦାନ କରୁଥିବା ବିଏସ୍ଏନ୍ଏଲ୍ର ଏହି ସ୍ୱତନ୍ତ୍ର ପ୍ଲାନ୍ ୫୫୧ଟଙ୍କା ମିଳିବ। ଏହି ଡାଟା ଓନ୍ଲି ରିଚାର୍ଜ ପ୍ଲାନ୍ ଅଟେ। ପ୍ଲାନ୍ର ଭେଲିଡିଟି ୯୦ଦିନ ପର୍ଯ୍ୟନ୍ତ ରହିବ।
ତେବେ ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ ବିଶେଷ ଭାବେ ଏମିତି ବ୍ୟବହାରକାରୀଙ୍କ ପାଇଁ ରହିଛି, ଯାହାଙ୍କୁ ପ୍ରତିଦିନ ଅଧିକ ଡାଟାର ଆବଶ୍ୟକତା ପଡ଼ିଥାଏ। ୯୦ଦିନର ଏହି ଭେଲିଡିଟି ଥିବା ଡାଟା-ଓନଲି ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ଭଏସ୍ କଲ ଓ ଏସ୍ଏମ୍ଏସ୍ର ଲାଭ ମିଳିବ। କମ୍ପାନିର ଏହି ପ୍ଲାନ୍ ଅନେକ ସର୍କଲରେ ଉପଲବ୍ଧ ରହିଛି।