Fri. Feb 7th, 2025

ଚକୋଲେଟ୍‌ କେକ୍‌……

1 min read
Spread the love

ଆବଶ୍ୟକ ସାମଗ୍ରୀ

ମଇଦା -୨୦୦ ଗ୍ରାମ୍‌, ମିଲ୍କ ମେଡ୍‌-୨୦୦ ଗ୍ରାମ୍‌, କ୍ଷୀର -୨୦୦ ମିଲି, ମଖନ୍‌ -୧୦୦ ଗ୍ରାମ୍‌, ପେଷାଯାଇଥିବା ଚିନି – ୧୦୦ ଗ୍ରାମ୍‌, କୋକୋ ପାଉଡର – ୫୦ ଗ୍ରାମ୍‌, ବେକିଂ ପାଉଡର – ୧ ଚାମଚ, ଖାଇବା ସୋଡ଼ା – ୧/୨ ଚାମଚ, ଲୁଣ -୧/୪ ଚାମଚ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କେକ୍‌ ତିଆରି କରିବାର କଣ୍ଟେନରକୁ ହାଲ୍‌କା ଗରମକରି ଏହାର ଭିତର ପଟେ ଭଲଭାବେ ମଖନ ଲଗାନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ଲୁଣ, ଖାଇବା ସୋଡ଼ା, ବେକିଂ ପାଉଡର ଏବଂ କୋକୋ ପାଉଡର ଭଲଭାବେ ମିଶାନ୍ତୁ। ଆଉ ଏକ ପାତ୍ରରେ ଅଳ୍ପ ଘିଅ, ଚିନି ଏବଂ ମିଲ୍କ ମେଡ୍‌ ମିଶାଇ ରଖନ୍ତୁ। ଏବେ ଏହି ମିଶ୍ରଣରେ ମଇଦାର ମିଶ୍ରଣ ଗୋଳାନ୍ତୁ ଯେପରି ଗୋଟା ହୋଇ ରହିବ ନାହିଁ। ଏଥିରେ ଅଳ୍ପ ପରିମାଣରେ କ୍ଷୀର ଢାଳନ୍ତୁ। ଏକ ପ୍ରେସର କୁକରରେ ଲୁଣ ବିଛାଇ ଗରମ ହେବା ପାଇଁ ଗ୍ୟାସ୍‌ ଲଗାନ୍ତୁ। ଏବେ ଏଥିରେ କେକ୍‌ ପ୍ରସ୍ତୁତ କରିବା ପାଇଁ ଥିବା କଣ୍ଟେନର ରଖି ପୂର୍ବରୁ ପ୍ରସ୍ତୁତ ଥିବା କେକ୍‌ର ମିଶ୍ରଣକୁ ଢାଳନ୍ତୁ। ଏବେ ପ୍ରେସର କୁକରର ହ୍ବିସିଲ କାଢ଼ି ଗ୍ୟାସ୍‌କୁ ସିମ୍‌ରେ ରଖନ୍ତୁ। ୪୦ ମିନିଟ୍‌ ପରେ ଢାଙ୍କୁଣି କାଢ଼ି ଟୁଥ୍‌ ପିକ୍‌ ସାହାଯ୍ୟରେ ଚେକ୍‌ କରନ୍ତୁ। ଯଦି କେକ୍‌ର ବାସ୍ନା ଆସିଲା ତେବେ ଗ୍ୟାସ୍‌ ଚୁଲା ବନ୍ଦକରି ୧୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ କେକ୍‌।

Copyright © All rights reserved.