କଲେକ୍ଟର ନିଜର ଡ୍ରାଇଭରକୁ ବନାଇଦେଲେ ଦିନକ ପାଇଁ କଲେକ୍ଟର, ତାପରେ ହେଲା କିଛି ଏମିତି
1 min read

ଜୀବନ ସାରା କାହାର ସେବାରେ ଲାଗି ରହିବା, ଗୋଟିଏ କାମ କୁ ପୁରା କରି ଚାକିରି କାଟିଦେବା କୌଣସି ସହଜ କାମ ନୁହେଁ । ଖାସ କରି ଯେଉଁଥିରେ ପ୍ରୋମୋଶନ ନାହିଁ । କିନ୍ତୁ ଥରେ ଭାବନ୍ତୁ ଯଦି ଯେଉଁ ବ୍ୟକ୍ତି ନିଜର ରିଟାୟରମେଂଟ ଦିନ ଡ୍ରାଇଭର ଠାରୁ ସିଧା କଲେକ୍ଟର ହୋଇଯିବ ତେବେ କଣ ହେବ । କଣ ହବ ଯେତେବେଳେ ଯାହାର ଚାକିରି କରୁଥିବ ଜୀବନସାରା ଶେଷରେ ସେହି ବ୍ୟକ୍ତି ଆପଣଙ୍କର ଚାକର ହୋଇଯିବ ।

ମହାରଷ୍ଟର ଆକୋଲା ଜିଲ୍ଲାରେ, ଯେଉଁଠି ଡିଏମ ଶ୍ରୀକାନ୍ତ ନିଜର ଡ୍ରାଇଭର ଦିଗମ୍ବର ପାଇଁ ଗାଡି ଚଳାଇଲେ । ଯାହାକୁ ଦେଖି ତାହାର ଆଖିରୁ ପାଣି ବାହାରି ଆସିଲା । ସେ ତାଙ୍କୁ ଅଟାକୁଥିଲା କିନ୍ତୁ ସେ ନାରାଜ ଥିଲେ । ସେଥିପାଇଁ ସେହି କଲେକ୍ଟର ଚର୍ଚା ଆଜି ସବୁଠି ହେଉଛି । ଯେଉଁଭଳି ଭାବରେ ଦିଗମ୍ବରର ବିଦାୟ ହେଲା, ତାହାକୁ କୌଣସି ବି ସରକାରୀ ଡ୍ରାଇଭର ସ୍ଵପ୍ନରେ ବି ଭାବି ନଥିବେ ।

ଡିଏମ ନିଜର ନୀଳ ବତୀ କାରରେ ଫୁଲ ସଜାଇ ନିଜେ ଡ୍ରାଇଭର ସିଟରେ ବସି ତାଙ୍କ ଘରକୁ ଗଲେ । ତାଙ୍କ ଘରର ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ବହୁତ ଖୁସି ମଧ୍ୟ ହେଲେ । କଲେକ୍ଟର କହିଲେ କି ତୁମେ ବହୁତ କଲେକ୍ଟରଙ୍କୁ ଘରୁ ଅଫିସ ଏବଂ ଅଫିସ ରୁ ଘରକୁ ନେବା ଆଣିବା କରିଛ ଏବଂ ଅନ୍ୟ କାର୍ଯ୍ୟରେ ମଧ୍ୟ ତୁମେ ସାହାର୍ଯ୍ୟ କରୁଥିଲ ।

ଆଜି ସରକାରୀ ସେବାର ତୁମର ଶେଷ ଦିନ ସେଥିପାଇଁ ମୁଁ ନିଜେ ତୁମକୁ ଆଣିବାକୁ ଆସିଛି । ଏହା ଶୁଣି ସେ ନିଜର ହାତ ଯୋଡି ନେଲେ ଏବଂ କହିଲେ କି ସାର ଏହା ମୋର ଔକାତ ନୁହେଁ । ମୋତେ ଏତେ ସମ୍ମାନ ଦିଅନ୍ତୁ ନାହିଁ ।
ଡିଏମ ସାର ଯେତେବେଲେ ଦିଗମ୍ବରକୁ ନେଇ ଅଫିସ ପହଞ୍ଚିଲେ ସମସ୍ତେ ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଦିଗମ୍ବର ପଛରେ ବସିଛି ଏବଂ ସାର ଆଗରେ ଗାଡି ଚାଲଉଛନ୍ତି । କଲେକ୍ଟର ନିଜେ କାରର କବାଟ ଖୋଲିଲେ ।
ଡିଏମ କହିଲେ କି ଦିଗମ୍ବର ସବୁବେଳ ଆମକୁ ଅଫିସ ରେ ସୁରକ୍ଷିତ ପହଞ୍ଚାଇ ଥାଏ । କଲେକ୍ଟର ଶ୍ରୀକାନ୍ତଙ୍କ ଠାରୁ ଏତେ ମାନ ସମ୍ମାନ ମିଳିବାପରେ ଦିଗମ୍ବର କହିଲେ କି ସେ ୩୫ ବର୍ଷ ଚାକିରିରେ ୧୮ ଟି ଜିଲ୍ଲାର କଲେକ୍ଟରଙ୍କର ଗାଡି ଚଲାଇଛନ୍ତି । ସମସ୍ତେ ଭଲ ଅଟନ୍ତି କିନ୍ତୁ ଶ୍ରୀକାନ୍ତ ସାର ଯାହା କାଲେ ସେ କେବେ ସ୍ଵପ୍ନରେ ସୁଧା ଭାବି ନଥିଲେ ।
ଶ୍ରୀକାନ୍ତ ସାରଙ୍କୁ ଆପଣ କଣ କହିବେ, ନିଜର ମତାମତ କମେଣ୍ଟ ବକ୍ସ ଏ ଦିଅନ୍ତୁ । ଯଦି ଲେଖାଟି ଭଲ ଲାଗିତହେ ତେବେ ଶେୟାର ନିଶ୍ଚୟ କରିବେ ।