କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ ଦହି
1 min readଦହି ଶରୀର ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟ୍ରଲର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ କରିଥାଏ। ଯଦ୍ଦ୍ବାରା ଶିରାପ୍ରଶିରାରେ ରକ୍ତପ୍ରବାହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ହୃଦ୍ସ୍ପନ୍ଦନ ଠିକ୍ ରହିବ। ଏକ ଗବେଷଣାରୁ ଜଣାପଡ଼ିଛି, ଦୀର୍ଘ ସମୟ ଧରି ଦହି ସେବନ କରୁଥିବା ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟାର ଆଶଙ୍କା କମ୍ ଥାଏ। ଯେଉଁମାନେ ପ୍ରତିଦିନ ନିଜ କ୍ୟାଲୋରିର ମାତ୍ରାରେ ଅତିକମ୍ରେ ଦୁଇ ପ୍ରତିଶତ ଦହିରୁ ହାସଲ କରିଥାନ୍ତି, ସେମାନଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଉପତ୍ନ୍ନ ହେବା ଆଶଙ୍କା ୩୧ ପ୍ରତିଶତ ହ୍ରାସ ପାଇଥାଏ। ଯଦି ଉଚ୍ଚ ରକ୍ତଚାପ ଅଧିକ ସମୟରୁ ରହିଆସୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଏହାବ୍ୟତୀତ ଦହିରେ ଅନ୍ୟ ରୋଗରୁ ଆରୋଗ୍ୟ ଲାଭ କରିବାର ଗୁଣ ମଧ୍ୟ ଭରପୂର ରହିଛି। ଦହି ଦୈନନ୍ଦିନ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ।