Mon. Feb 24th, 2025

କମ୍ବିନସ୍‌ଙ୍କ ଘାତକ ବୋଲିଂରେ ଅଚେତ ହେଲେ କରୁଣାରତ୍ନେ, ହସ୍ପିଟାଲରେ ଭର୍ତ୍ତି

1 min read
Spread the love

କାନବେରା: ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ଥିବା ୨ୟ ଟେଷ୍ଟରେ କ୍ରିକେଟର ଏବଂ ପ୍ରଶଂସକଙ୍କ ଛାତି ଚମକିଛି। ଅଷ୍ଟ୍ରେଲିଆର ବୋଲର ପେଟ୍‌ କମ୍ବିନସ୍‌ଙ୍କ ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟସ୍‌ମ୍ୟାନ୍‌ ଦିମୁଥ କରୁଣାରତ୍ନେ ଆଘାତ ପାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ବିନସ୍‌ ବାଉନସର ବୋଲ ମାରିଥିଲେ, ଯାହାକି କରୁଣାରତ୍ନେଙ୍କ ଦେହରେ ବାଜିଥିଲା। ଆଘାତ ପାଇବା ପରେ ସାଥୀ ଖେଳାଳି ଲହିରୁ ଥିରିମାନେ, ଉଭୟ ଅମ୍ପାୟାର ଏବଂ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ଏକାଠି ହୋଇଯାଇଥିଲେ। ପ୍ରାୟ ୭/୮ ମିନିଟ ପରେ ଷ୍ଟ୍ରେଚର ଆସିଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କାନବେରାରେ ଜାରି ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫ ଓ୍ଵିକେଟ ହରାଇ ୫୩୪ ରନ କରିବା ପରେ ପାଳି ଘୋଷଣା କରିଛି। ଏହା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି। ଓପନର ଦିମୁଥ କରୁଣାରତ୍ନେ ଏବଂ ଥିରିମାନେ ଭଲ ଭାଗିଦାରୀ ହୋଇଛନ୍ତି। ଭଲ ସ୍କୋର ଚାଲିଥିବା ବେଳେ କରୁଣାରତ୍ନେ ଆହତ ହୋଇଛନ୍ତି। ୪ ବର୍ଷ ପରେ ପୂର୍ବରୁ ଅଷ୍ଟ୍ରେଲ୍ରାର ବ୍ୟାଟସ୍‌ମ୍ୟାନ ଫିଲିପ ହ୍ୟୁଜଙ୍କ ମୁଣ୍ଡରେ ବଲ ବାଜିବାରୁ ମୃତ୍ୟୁ ଘଟିଥିଲା।

୩୦ ବର୍ଷିଅ କରୁଣାରତ୍ନେଙ୍କୁ ମ୍ୟାଚର ୩୧ତମ ଓଭରରେ ଆଘାତ ଲାଗିଥିଲା। ପେଟ କମ୍ବିନସଙ୍କ ଏହି ଓଭରରେ ୪ର୍ଥ ବଲ ସର୍ଟପିଚ୍‌ ଥିଲା। କରୁଣାରତ୍ନେ ଖେଳିବାକୁ ଉଦ୍ୟମ କରିଥିଲେ କିନ୍ତୁ ବଲ ଉଠି ନଥିଲା। ବଲର ବେଗ ଘଣ୍ଟା ପ୍ରତି ୧୪୨ କିମି ଥିଲା। ଦେହରେ ବଲ ବାଜିବା ପରେ କରୁଣାରତ୍ନେ ତଳେ ପଡ଼ିଯାଇଥିଲେ। ଅମ୍ପାୟାର ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲ ଟିମଙ୍କୁ ଡାକିଥିଲେ। ଆଘାତ ପାଇବା ସମୟରେ କରୁଣାରତ୍ନେ ୪୬ ରନରେ ଅପରାଜିତ ଥିଲେ।।

Copyright © All rights reserved.