Sat. Mar 15th, 2025

୩ ବିଧାୟକ ଇସ୍ତଫା ଦେବା ପରେ ୬୫ ବିଧାୟକଙ୍କୁ ହୋଟେଲ୍‌ରେ ବନ୍ଦ କରି ରଖିଛି ଗୁଜରାଟ କଂଗ୍ରେସ

1 min read
Spread the love

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ଗୁଜରାଟ କଂଗ୍ରେସ ବାକି ୬୫ ଜଣ ବିଧାୟକଙ୍କୁ ତିନୋଟି ରିସର୍ଟ ଏବଂ ହୋଟେଲ୍‌ ବନ୍ଦ କରି ରଖିଛି।

ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଗୁଜରାଟ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଗତ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେଇ ଥିବା ୩ ଜଣ ହେଉଛନ୍ତି ଅକ୍ଷୟ ପଟେଲ୍ (କର୍ଜନ୍), ଜିତୁ ଚୌଧୁରୀ (କପ୍ରଦା) ଏବଂ ବ୍ରଜେଶ ମିଶ୍ର (ମୋର୍ବି)। ତେଣୁ, ଅବଶିଷ୍ଟ ୬୫ଜଣ ବିଧାୟକଙ୍କୁ ଶନିବାର ଦିନ କଂଗ୍ରେସ ଅମ୍ବାଜୀ, ରାଜକୋଟ ଏବଂ ବଡ଼ୋଦରା ନିକଟସ୍ଥ ତିନିଟି ରିସର୍ଟରେ ଅଟକାଇ ରଖିଛି।

Copyright © All rights reserved.