Mon. Feb 24th, 2025

ଛାତ ଉପରେ ଥିବା ଆଣ୍ଟିନାରେ ଝୁଲିଥିଲା ବିଶାଳ ଅଜଗର, କରୁଥିଲା ପକ୍ଷୀ ଶିକାର:ଭିଡିଓ ଭାଇରାଲ

1 min read
Spread the love

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ଘର ଛାତ ଉପରେ ଏମିତି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ କି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ବି ହୋଇଯାଇଥିଲେ। କୈଥି ଗାଲ ନାମକ ଏହି ମହିଳା ଏକ ଭିଡିଓ ଫୁଟେଜ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଏଥିରେ ଟିଭି ଆଣ୍ଟିନାରେ ଏକ ବିଶାଳକାୟ ଅଜଗର ଝୁଲିଥିବା ଦେଖିବାକୁ ମିଳୁଛି। କେବଳ ସେଥିକି ନୁହେଁ ସେ ଆଣ୍ଟିନାରେ ଝୁଲି ଏକ ପକ୍ଷୀ ବି ଶିକାର କରିଛି।

କୈଥି ବୁଧବାର ସକାଳେ ଅଷ୍ଟ୍ରେଲିଆର କିଙ୍ଗସକ୍ଲିଫ୍‌ସ୍ଥିତ ନିଜ ଘର ଛାତ ଉପକୁ ଯାଇଥିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏବଂ ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ୍‌ କରି ନେଇଥିଲେ। ଏହାପରେ ସେ କିଙ୍ଗସକ୍ଲିଫ୍‌ ହେପାନିଙ୍ଗସ୍‌ ନାମକ ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

https://youtu.be/S8kR9Kaoscg

କୈଥ ଏହି ଘଟଣା ବିଷୟରେ କହନ୍ତି, ମୁଁ ଯେତେବେଳେ ଛାତ ଉପରକୁ ଗଲି, ଦେଖିଲି ଟିଭି ଆଣ୍ଟିନାରେ ଏକ ଅଜଗର ଝୁଲିଛି। ପୁଣି ସେ ଏକ ପକ୍ଷୀକୁ ବି ଶିକାର କରିଛି। ଯାହାକୁ ଖାଇବାରେ ଲାଗିଛି। ଅଜଗର ପକ୍ଷୀଟିକୁ ଖାଇବାକୁ ଅଢ଼େଇ ଘଣ୍ଟାର ସମୟ ନେଇଥିଲା।

Copyright © All rights reserved.