Thu. Nov 21st, 2024

ଆଇସିସି ପୁରସ୍କାରରେ କୋହଲିଙ୍କ କ୍ଲିନ ସୁଇପ୍‌

1 min read
Spread the love

ଦୁବାଇ,୨୨।୧ – ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଆଇସିସି ବାର୍ଷିକ ପୁରସ୍କାରରେ କ୍ଲିନ ସୁଇପ୍‌ କରିଛନ୍ତି। ଆଇସିସି ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଭାବେ ଚୟନ ହୋଇଥିବାବେଳେ ବ୍ୟକ୍ତିଗତ ପୁରସ୍କାର ମଧ୍ୟ ସେ ନିଜ ନାମରେ କରିଛନ୍ତି। ତାଙ୍କୁ ଆଇସିସି କ୍ରିକେଟର ଅଫ୍‌ ଦ ଇୟର ଲାଗି ସାର ଗାରଫିଲ୍ଡ ସୋବର୍ସ ଟ୍ରଫି ପ୍ରଦାନ କରାଯିବ। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ସମ୍ମାନ ପାଇଛନ୍ତି। ଏଥିସହ ତାଙ୍କୁ ଦିନିକିଆ ଓ ଟେଷ୍ଟ ପ୍ଲେୟର ଅଫ୍‌ ଦ ଇୟର ସମ୍ମାନ ମିଳିଛି। ଆଇସିସି ପୁରସ୍କାର ଏକାଠି ଜିତିବାରେ କୋହଲି ପ୍ରଥମ ଖେଳାଳି। ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ତାଙ୍କୁ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଭାବେ ମଧ୍ୟ ଚୟନ କରାଯାଇଛି ବୋଲି ଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏ ସମ୍ପର୍କରେ ୩୦ ବର୍ଷୀୟ କୋହଲି କହିଛନ୍ତି, ଗତ ବର୍ଷ କରିଥିବା କଠିନ ପରିଶ୍ରମର ଫଳ ମିଳିଛି। ଆଇସିସି ପକ୍ଷରୁ ବିଶ୍ୱ ସ୍ତରରେ ସମ୍ମାନିତ ହେବା ଜଣେ କ୍ରିକେଟର ଭାବେ ମୋ ପାଇଁ ଗର୍ବର ବିଷୟ। ମୋ ପ୍ରଦର୍ଶନକୁ ବଜାୟ ରଖିବା ଲାଗି ଏହା ମୋତେ ଉତ୍ସାହିତ କରୁଛି। କୋହଲି ଚଳିତ ବର୍ଷ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ। ସେ ଏକାମାତ୍ର ବ୍ୟାଟ୍ସମ୍ୟାନ ଭାବେ ଦୁଇ ଫର୍ମାଟରେ ଏକ ହଜାରରୁ ଊର୍ଦ୍ଧ୍ୱ  ରନ୍‌ କରିଛନ୍ତି। ଏହି କ୍ଷେତ୍ରରେ ସେ ବିଶ୍ୱର ଏକମାତ୍ର କ୍ରିକେଟର। କାହଲି ଗତ ବର୍ଷ ୧୩ ଟେଷ୍ଟ ଖେଳି ୫୫.୦୮ ଆଭରେଜରେ ୧,୩୨୨ ରନ୍‌ କରିଛନ୍ତି। ଏଥିରେ ୫ ଶତକ ରହିଛି। ସେହିଭଳି ୧୪ ଦିନିକିଆ ମ୍ୟାଚ୍‌ରୁ ୬ ଶତକ ସହାୟତାରେ ୧,୨୦୨ ରନ୍‌ କରିଛନ୍ତି। ସେ ଟେଷ୍ଟ ଓ ଦିନିକିଆ ଫର୍ମାଟର ଶୀର୍ଷ ର଼୍ୟାଙ୍କଧାରୀ ବ୍ୟାଟ୍ସମ୍ୟାନ ଭାବେ ବର୍ଷ ଶେଷ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved.