ଖଣ୍ଡଗିରି ଯାତ୍ରା: ସଚିଦାନନ୍ଦ ପେଣ୍ଡାଲରୁ ତଳକୁ ଓହ୍ଲାଇ ଆସି ଦର୍ଶକଙ୍କ କାନକୁ କାମୁଡି ଦେଲେ ଆଇଟମ୍ ଗାର୍ଲ
1 min read
ଭୁବନେଶ୍ୱର: ଖଣ୍ଡଗିରିରେ ଚାଲିଥିବା ଯାତ୍ରା ଲଢ଼େଇରେ ଗତ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଆଇଟମ୍ ଡ୍ୟାନ୍ସର ହଠାତ ମଞ୍ଚ ତଳକୁ ଓହ୍ଲାଇ ଆସି ଦର୍ଶକଙ୍କ କାନକୁ କାମୁଡି ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଶନିବାର ଲାଇଟ୍ ସାଉଣ୍ଡ ଓ ମ୍ୟୁଜିକରେ କମ୍ପୁଥିଲା ଖଣ୍ଡଗିରିର ଯାତ୍ରା ପେଣ୍ଡାଲ । ସଚିଦାନନ୍ଦ ପେଣ୍ଡାଲରେ ହଟ୍ ହଟ୍ ନଟି ନଟି ଡ୍ୟାନ୍ସରେ ଦର୍ଶକ ହେଉଥିଲେ ମତୁଆଲ। ଆଉ ଏହାରି ଭିତରେ ଏପରି ଏକ ଘଟଣା ଘଟିଛି ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଯାତ୍ରା ସଚିଦାଚନ୍ଦ ପେଣ୍ଡାଲରେ ଛଟିଶଗଡ ଆଇଟମ୍ କୁଇନ୍ ରାନୀଙ୍କ ପ୍ରଥମ ଡ୍ୟାନ୍ସ ଦର୍ଶକଙ୍କୁ ଦିବାନା ବନେଇ ଦେଇଥିଲା। ଦ୍ୱିତୀୟ ଥର ଡ୍ୟାନ୍ସ ବେଳେ ମଂଚ ତଳେ ଘଟିଗଲା ଏପରି କିଛି.. .
ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢେଇବାକୁ ମଂଚରୁୁ ଓହ୍ଲାଇ ଆସିଥିଲେ ରାନୀ । ରାନୀଙ୍କୁ ଏତେ ପାଖରେ ପାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ଜଣେ ଯୁବକ କରିଥିଲେ କିଛି ଏପରି ହରକତ, ଯାହାକୁ ନେଇ ହଠାତ ରାଗି ଉଠିଲେ ରାନୀ। ମଂଚକୁ ଯାଉଥିବା ବେଳେ ହଠାତ ଫେରି ଆସିଲେ, ଆଉ ଯୁବକଙ୍କ କାନକୁ କାମୁଡିଦେଲେ।
ତେବେ ଅଭିଯୋଗ ଆସୁଛି , ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବି ବଢିବାରେ ଲାଗିଛି । ଚଳିତ ବର୍ଷ ଅଶ୍ଳୀଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଆସିଛି ଏପରି ଏକ ଅସଦାଚରଣ ଘଟଣା ।