Fri. Nov 22nd, 2024

କିଛି କଥା ପ୍ରତି ଧ୍ୟାନଦେଲେ ନବଦମ୍ପତିଙ୍କ ସମ୍ପର୍କ ହୋଇଥାଏ ମଧୁର

1 min read
Spread the love

ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା ପ୍ରତି ଧ୍ୟାନ ଦେଲେ ନବଦମ୍ପତିଙ୍କ ସମ୍ପର୍କ ମଧୁମୟ ହୋଇଉଠିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

– ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌ ଦକ୍ଷିଣ-ପଶ୍ଚିମ କୋଣରେ ରହିଲେ ଭଲ।

– ବେଡ୍‌ରୁମ୍‌ ଗୋଲେଇ କିମ୍ବା ତିନିକୋଣିଆ ନ ହୋଇ ଚତୁର୍ଭୁଜ ଆକାରର ହେଲେ ସମ୍ପର୍କ ମଧୁର ହୋଇଥାଏ।

– ଶୋଇବା ରୁମ୍‌ରେ ଡ୍ରେସିଂ ଟେବୁଲ ଆଦୌ ରଖନ୍ତୁ ନାହିଁ। କାରଣ ଶୋଇବା ଘରେ ଦର୍ପଣ ରହିଲେ ଦାମ୍ପତ୍ୟ ଜୀବନରେ କଳହ ଲାଗିରହେ।

– ଘରର ମୁଖ୍ୟଦ୍ୱାରରେ ବେଡ୍‌ରୁମ୍‌ ରହିବା ଅନୁଚିତ। ଏମିତି କିଛି ଛୋଟମୋଟ ଦିଗ ପ୍ରତି ଧ୍ୟାନ ଦେଇ ସଚେତନ ହେଲେ ସମ୍ପର୍କରେ ମଧୁ ବର୍ଷିଥାଏ ବୋଲି ବାସ୍ତୁ ବିଶେଷଜ୍ଞ ମତ ଦିଅନ୍ତି।

Copyright © All rights reserved.