ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ମହଙ୍ଗା ପଡ଼ିଲା
1 min readନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନ କାଳରେ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ୭ ଜଣ କଂଗ୍ରେସ ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସଂସଦର ଲୋକସଭାରେ ଅଧିବେଶନ ଚାଲିଥିବା ସୟୟରେ ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗୃହ କାର୍ଯ୍ୟ ସଂଚାଳନରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଆଜି କଂଗ୍ରେସର ଏହି ୭ ଜଣ ବିଶୃଙ୍ଖଳିତ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଫଳରେ କଂଗ୍ରେସର ଏହି ୭ ଜଣ ସାଂସଦ ଚଳିତ ଅଧିବେଶନର ବାକିଥିବା କାର୍ଯ୍ୟଦିବସଗୁଡ଼ିକରେ ଅଂଶ ଗ୍ରହଣ କରିପାରିବେ ନାହିଁ।
ନିଲମ୍ବିତ ହୋଇଥିବା କଂଗ୍ରେସର ଏହି ୭ ଜଣ ଲୋକସଭାର ସାଂସଦ ହେଉଛନ୍ତି ଗୌରବ ଗୋଗେଇ, ଟିଏନ୍ ପାର୍ଥପନ, ଡିନ୍ କୁରିଆକୋସ୍, ମନିକାମ୍ ଟାଗୋର, ରାଜମୋହନ ଉନ୍ନିଥାନ ଓ ଗୁରୁଜିତ୍ ସିଂହ ଆଉଜଲା। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିିଏଏ) ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗା ଉପରେ ଆଳୋଚନା ଦାବି କରି କଂଗ୍ରେସର ଏହି ୭ ଜଣ ସାଂସଦ ଗୃହ ମଧ୍ୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ହାଙ୍ଗାମା କରିବାରୁ ଗୃହ କାର୍ଯ୍ୟ ସଂଚାଳନରେ ବାଧା ସୃଷ୍ଟି ହୋଇଥିଲା।