ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ
1 min readଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ କମ୍ କରିଥାଏ। ତେବେ ସବୁ ପ୍ରକାର ଛତୁ ଖିଆଯାଇ ନ ଥାଏ। କାରଣ ଏଥିରୁ କିଛି ବିଷ ମଧ୍ୟ ହୋଇଥାଏ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଲୋକଙ୍କ ଲାଗି ଏହା ବରଦାନ ସଦୃଶ। ଏହାସହ ହୃଦ୍ଘାତ ଲାଗି ମଧ୍ୟ ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ ଛତୁର କେତେକ ଉପକାରୀ ଗୁଣ ସମ୍ପର୍କରେ…
ଛତୁରେ ଆଣ୍ଟି କ୍ୟାନ୍ସର ଗୁଣ ରହିଥାଏ। ତେଣୁ ଏହାକୁ ଖାଇବା ଫଳରେ କ୍ୟାନ୍ସର ଆଶଙ୍କା କମ୍ ହୋଇଥାଏ।
ଏଥିରେ କମ୍ ପରିମାଣର କ୍ୟାଲୋରି ରହିଥିବାରୁ ଓଜନ କମ୍ ହୋଇଥାଏ। ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ।
ଏହା ହୃଦ୍ଘାତ ସହିତ ହାଡ଼ ଲାଗି ମଧ୍ୟ ଉପକାରୀ ହୋଇଥାଏ ।
ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଛତୁ ଉପକାରୀ ହୋଇଥାଏ । ଏଥିରେ କମ୍ ପରିମାଣର କାର୍ବୋହାଇଡ୍ରେଟ୍ ଥିବାରୁ ଏହା ରକ୍ତରେ ସୁଗାର ମାତ୍ରା କମ୍ କରିଥାଏ।