ମେଡିକାଲ କଲେଜ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
1 min readଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଗୁରୁବାର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଭଦ୍ରକର ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଆବାହକତ୍ୱରେ କର୍ମକର୍ତ୍ତାମାନେ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜନସାଧାରଣମାନ ମିଳିତ ଭାବରେ ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ଓ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି। ସର୍ବୋଦୟ ମଣ୍ଡଳର ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ଵରେ ଶତାଧିକ ଜନସାଧାରଣ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦିବା ୧୦ ଘଟିକାରୁ ୧୨ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ଗଣଧାରଣା ଆନ୍ଦୋଳନ ଓ ନିଜର ନ୍ୟାର୍ଯ୍ୟ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିବେଦନ କରିଛନ୍ତି।