Fri. Nov 22nd, 2024

ମୁମ୍ବାଇରେ ପୁଣି ଥରେ ଖୋଲିବ ଡ୍ୟାନ୍ସ ବାର

1 min read
Spread the love

ନୂଆଦିଲ୍ଲୀ, ଜାନୁଆରୀ ୧୭: ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଡ୍ୟାନ୍ସ ବାରକୁ ନେଇ ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟ କହିଛନ୍ତି କି, ମୁମ୍ବାଇରେ ନୂତନ ନିୟମ ଓ କାନୁନ ସହ ଡ୍ୟାନ୍ସ ବାର ପୁଣି ଥରେ ଖୋଲାଯିବ । କିନ୍ତୁ ଡ୍ୟାନ୍ସ ବାରରେ ଟଙ୍କା ବର୍ଷା କରାଯିବାକୁ ଅନୁମତି ଦିଆଯିବ ନାହିଁ । କେବଳ ସେତିକି ନୁହେଁ ମୁମ୍ବାଇ ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରାର କୌଣସୀ ଆବଶ୍ୟକତା ନାହିଁ । କାରଣ ଏହା ଦ୍ୱାରା ପ୍ରାଇଭେସୀର ଉଲ୍ଲଙ୍ଘନ ହୋଇଥାଏ ବୋଲି ଅଦାଲତ କହିଛନ୍ତି । 

ଏହି ମାମଲାରେ ନିଷ୍ପତି ଶୁଣାଇ ଅଦାଲତ କହିଛନ୍ତି କି, ୨୦୦୫ରୁ ନେଇ ସରକାରଙ୍କ ତରଫରୁ ଗୋଡିଏ ବି ଡ୍ୟାନ୍ସ ବାରକୁ ଅନୁମତି ମିଳି ନାହିଁ । ବର୍ତମାନ ନିୟମ ଅନୁଯାୟୀ, ଡ୍ୟାନ୍ସ ବାର ଉପରେ ସମ୍ପୂର୍ଣ୍ଣ ରୂପରେ ପ୍ରତିବନ୍ଧକ ଲଗାଯିବ ନାହିଁ । ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ୩୦ରେ ସମସ୍ତ ପକ୍ଷଙ୍କର ଦଲିଲ ଶୁଣିବା ପରେ ସୁପ୍ରିମକୋର୍ଟ ନିଜ ନିଷ୍ପତିକୁ ସୁରକ୍ଷିତ ରଖିଛନ୍ତି । ସେହି ସମୟରେ ଏହି ମାମଲାରେ ମହାରାଷ୍ଟ୍ର ସରକାର ଶୁଣାଣି ସମୟରେ କହିଛନ୍ତି କି, ନୂତନ କାନୁନ ସାମ୍ବିଧାନିକ ଆଧାରରେ ଆସୁଛି । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଶୋଷଣକୁ ରୋକାଯାଇ ପାରିବ । 

ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ସହ ଅଶ୍ଳୀଳତାର ପରିଭାଷା ବଦଳି ଯାଇଛି । ପୂର୍ବରୁ ପୁରୁଣା ଫିଲ୍ମରେ ଚୁମ୍ବନ ଏବଂ ପ୍ରେମ ଦୃଶ୍ୟରେ ଦୁଇଟି ଫୁଲକୁ ମିଶାଇବା ଦେଖାଯାଉଥିଲା । କିନ୍ତୁ ଏବେ ଖୁଲମଖୁଲା ଭାବରେ ତାହା ଦେଖା ଯାଉଛି । ଏହି ସମୟରେ ମହାରାଷ୍ଟ୍ର ସରକାର କହିଛନ୍ତି କି, ଏହି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେବା ଉଚିତ୍ । 

ଘଟଣାକ୍ରମେ, କୌଣସୀ ଧାର୍ମିକ ସ୍ଥାନ କିମ୍ବା ଶିକ୍ଷଣ ସଂସ୍ଥାର ଏକ କିମି ଦୂରରେ ଡ୍ୟାନ୍ସ ବାର ତିଆରି କରିବାକୁ ଆଦେଶ ଦିଆଯାଇଥିଲା । ଏହା ପରେ ଡ୍ୟାନ୍ସ ବାର ମାଲିକଙ୍କ ତରଫରୁ ଏହାକୁ ନେଇ ଆପତି ଜାଗ୍ରତ ହୋଇଥିଲା । ଫଳରେ ଏହି ମାମଲା ସୁପ୍ରିମକୋର୍ଟରେ ପହଂଚିଥିଲା । ସେମାନେ ଅଭିଯୋଗ ଆଣିଥିଲେ କି, ବଡ ବଡ ସହରମାନଙ୍କରେ ଏହି ନିୟମ ପାଳନ କରିବା ସମ୍ଭବ ନୁହେଁ । ସେମାନେ ଏହା ମଧ୍ୟ ଦାବୀ କରିଛନ୍ତି କି, ୧୧ଟା ୩୦ରେ ଡ୍ୟାନ୍ସ ବାର ବନ୍ଦ କରିବା ଭେଦଭାବ ପୂର୍ଣ୍ଣ । କାରଣ କେନ୍ଦ୍ର ସରକାର ବ୍ୟବସାୟିକ ପ୍ରତିଷ୍ଠାନକୁ ୨୪ ଘଂଟା ଖୋଲା ରଖିବାକୁ ଅନୁମତି ଦେଇଛନ୍ତି । ଡ୍ୟାନ୍ସ ବାର ମାଲିକ ସରକାରଙ୍କ ନିଷ୍ପତି ବିରୁଧରେ ସୁପ୍ରିମକୋର୍ଟରେ କହିଥିଲେ କି, ତାଙ୍କ ଲାଇସେନସ୍ ରିନିୱାଲ କରାଯାଇ ନାହିଁ । କିମ୍ବା ନୂତନ ଲାଇସେନ୍ସ ମଧ୍ୟ ଦିଆଯାଉ ନାହିଁ ।

Leave a Reply

Your email address will not be published.

Copyright © All rights reserved.