ନବୀନଙ୍କୁ ଭେଟିଲେ ୪ ଜିଲ୍ଲାର ମୁସଲିମ ସଂଗଠନ
1 min readଭୁବନେଶ୍ବର: ଓଡ଼ିଶାରେ ଲାଗୁ ହେବନି ଜାତୀୟ ନାଗରିକତା ରେଜିଷ୍ଟ୍ରାର (ଏନଆରସି) । ନାଗରିକତା ସଂଶୋଧନ ବିଲ(ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍ ସଂପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏବିକୁ ସମର୍ଥନ କରି ବିଜେଡ଼ି ସ୍ପଷ୍ଟ କରିଥିଲା ଯେ ନାଗରିକତା ସଂଶୋଧନ(ସିଏବି) ବିଲ ସହ ଏନଆସିର କୌଣସି ସମ୍ପର୍କ ନାହିଁ । ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବା ବେଳେ ରାଜ୍ୟରେ ମୁସଲମାନଙ୍କୁ ଏନଆରସି ଭୟରୁ ରକ୍ଷାକରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ଅଭୟ ବାଣୀ ଶୁଣାଇଛନ୍ତି ନବୀନ ।
ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହେବାପରେ ଆଜି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟର ନେତା । ନୂଆ ଆଇନକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଏ ନେଇ ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ନୂଆ ଆଇନ ଯୋଗୁଁ ଆମେ ସୁରକ୍ଷିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି ।