Thu. Nov 21st, 2024

ଜାତୀୟ ଭୋଟର ଦିବସ: ୨୮ କୋଟି ଭୋଟ ଦେବାରୁ ବିରତ ରହିଥିଲେ ୨୦୧୪ରେ

1 min read
Spread the love

ଭୁବନେଶ୍ୱର : ଜାନୁୟାରୀ ୨୫କୁ ଦେଶବ୍ୟାପି ଜାତୀୟ ଭୋଟର ଦିବସ ଭାବେ ପାଳନ କରାଯାଇଥାଏ। ୧୯୫୦ରେ ଏହି ଦିନ ନିର୍ବାଚନ ଆୟୋଗଙ୍କର ସ୍ଥାପନା କରାଯାଇଥିଲା। ୨୦୧୧ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଏହି ଦିନକୁ ଜାତୀୟ ଭୋଟର ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଭୋଟ ଦାନ ଅଧିକାର ଥିଲେ ମଧ୍ୟ ୨୦୧୪ରେ ୮୩.୪ କୋଟି ଭୋଟରଙ୍କ ମଧ୍ୟରୁ ୨୮ କୋଟି ଲୋକ ଭୋଟ ଦେବାରୁ ବିରତ ରହିଥିଲେ। ସେହିପରି ୧୯୫୧ରେ ୧୭.୩୨ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ପୃଥିବୀର ୧୯୬ ଦେଶ ମଧ୍ୟରୁ ୩୩ଟି ଦେଶରେ ମତଦାନ ସାବ୍ୟସ୍ତ କରିବା ଅନିବାର୍ଯ୍ୟ। ୧୯ଟି ଦେଶରେ ମତଦାନ ନ କଲେ ଦଣ୍ଡାଦେଶର ନିୟମ ମଧ୍ୟ ରହିଛି। 

Leave a Reply

Your email address will not be published.

Copyright © All rights reserved.