Mon. Feb 24th, 2025

କେନ୍ଦ୍ରଠାରୁ ମିଳୁନି ଟଙ୍କା , ପଡ଼ିରହିଛି ବିଭିନ୍ନ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

1 min read
Spread the love

ନୂଆଦିଲ୍ଲୀ :  ନୂଆଦିଲ୍ଳୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । କେନ୍ଦ୍ରର ବାକି ପଡ଼ିଥିବା ବିଭିନ୍ନ ପ୍ରକଳ୍ପ ଉପରେ ମୁଖ୍ୟ ଆବାସିକ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । 

ନୂଆଦିଲ୍ଳୀସ୍ଥିତ  ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମମୀକ୍ଷା ବୈଠକ ଆୟୋଜିତ ହୋଇଛି ସମୀକ୍ଷା ବୈଠକ । ବୈଠକରେ କେନ୍ଦ୍ରର ବାକି ପଡ଼ିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଉଛି । ଏହି ସମୟରେ ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସରକାର ଆବଶ୍ୟକତାଠାରୁ କମ ଅର୍ଥ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । 

ବୈଠକ ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମୁଖନ୍ନ୍୍ରୀ କହିଛନ୍ତି ଯେ ,୧୦୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ବାସଗୃହ ପାଇଁ ,୩୭୫ କୋଟି ସ୍ୱାସ୍ଥ୍ୟ ପାଇଁ ଓ ୪୦୦କୋଟିରୁ ଅଧିକ ଏନ ଆରଇଜିଏସ ପାଇଁ ଓ ୬୫୦ କୋଟି ଟଙ୍କା କୃଷିକାର୍ଯ୍ୟ ପାଇଁ ଆସିବାକୁ ବାକି ରହିଛି । ଏହି ସବୁ ପ୍ରକଳ୍ପର ରାଶି ମିଳିପାରୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ସରକାର ପକ୍ଷରୁ ୧୮୦ କୋଟି ଆସିବାକୁ ଥିବା ବେଳେ କେବଳ ୮୦ କୋଟି ଆସିଛି । ୩୦୦୦ କୋଟି ଟଙ୍କା କେବଳ ପାନୀୟ ଜଳ ବ୍ୟବସ୍ଥା ପାଇଁ ଓଡ଼ିଶା ବଜେଟରୁ ଖର୍ଚ୍ଚ କରାଯାଇଛି । ସ୍ମାର୍ଟ ସିଟି ଭୁବନେଶ୍ୱରର ବିକାଶ ପାଇଁ ହୋଇଥିବା ପ୍ରକଳ୍ପରେ ୨୦୦କୋଟି ଟଙ୍କା ଆସିବାକୁ ଥିବା ବେଳେ କେବଳ ଛଅ କୋଟି ଟଙ୍କା ଓଡ଼ିଶା ପାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । 

Leave a Reply

Your email address will not be published.

Copyright © All rights reserved.