Mon. Feb 24th, 2025

ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଛୁଆ ଚିତାବାଘ ଜବତ

1 min read
Spread the love

ଚେନ୍ନାଇ: ଚେନ୍ନାଇ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ଶନିବାର ଏକ  ଚିତାବାଘ ଛୁଆ ଉଦ୍ଧାର ହୋଇଛି। ଏହି ଚିତବାଘ ଛୁଆଟିକୁ ତାମିଲନାଡୁର ଜଣେ ଯାତ୍ରୀ ତାଙ୍କ ବ୍ୟାଗ୍‌ରେ ପୂରାଇ ନେଉଥିବାର ଜାଣିବାକୁ ମିଳିଛି।

ବାଘ ଛୁଆଟି ମାତ୍ର ମାସେ ହେବ ଜନ୍ମ ନେଇଛି। ବାଘ ଛୁଆଟିକୁ ସହରର ଅରିନଗର ଅନ୍ନା ପ୍ରାଣୀ ଉଦ୍ୟାନରେ ରଖାଯିବ ବୋଲି ସୂଚନା ରହିଛି।

ଯାତ୍ରୀଙ୍କ ବ୍ୟାଗ୍‌ରୁ ବାଘ ଛୁଆକୁ ଉଦ୍ଧାର କରାଯାଇ ତାମିଲନାଡୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯାତ୍ରୀ ଜଣକ ଏକ ବାସ୍କେଟ୍‌ରେ ପୁରାଇ ବାଘ ଛୁଆଟିକୁ ଅନ୍ୟ ଏକ ସହରକୁ ଚାଲାଣ କରୁଥିଲେ।

ବିମାନବନ୍ଦରରେ ଯାତ୍ରୀ ଜଣଙ୍କର ଚେକ୍‌ଅପ୍‌ ହେଉଥିବା ବେଳେ ତାଙ୍କ ବ୍ୟାଗ୍‌ ଭିତରୁ ବାଛ ଛୁଆର ବୋବାଳି ଶୁଭିଥିଲା। ଏହାପରେ ବିମାନର  କର୍ମଚାରୀ ତାଙ୍କ ବ୍ୟାଗ୍‌ ଖୋଲି ଦେଖିବାରୁ ଏକ ଗୋଲାପି ରଂଗର ବାସ୍କେଟ୍‌ରେ ବାଘ ଛୁଆ ଥିବାର ଦେଖିବାକୁ ମିଳିଥିଲା।

ବାଘ ଛୁଆଟିକୁ ଉଦ୍ଧାର କରିବା ପରେ ତାକୁ ବୋତଲରେ ଖିର ପିଆଯିବା ପରେ ବନ ବିଭାଗକୁ ଖବର ଦିଆଯାଇ ଥିଲା।

Copyright © All rights reserved.