Sat. Apr 19th, 2025

ଫିଟିକିରି ବ୍ୟବହାରରେ ଧଳା କେଶକୁ କଳା କରିପାରିବେ

1 min read
Spread the love

ଫିଟିକିରି କେବଳ ପାଣି ସଫା କରି ନ ଥାଏ, ଏହା ଆମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ। ଏହାକୁ ବ୍ୟବହାର କରି ଆମେ ଧଳା କେଶକୁ ପୁଣି କଳା କରି ପାରିବା। ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁସାରେ, ଫିଟିକିରିରେ ମାଗ୍ନେସିୟମ୍‌ ସଲ୍‌ଫେଟ୍‌ ଥାଏ। ମାଗ୍ନେସିୟମ୍‌ ହର୍ମୋନ୍‌ ସେଲ୍‌ର ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ ଯାହା ୩୦୦ରୁ ଅଧିକ ଏଞ୍ଜାଇମ୍‌କୁ ନିୟନ୍ତ୍ରଣ କରି ଆମକୁ ସୁସ୍ଥ ରଖିଥାଏ। ଏହା ସହ ଧଳା କେଶକୁ କଳା କରିବାରେ ମଧ୍ୟ ସାହାଯ୍ୟ କରେ। ଜାଣନ୍ତୁ ଫିଟିକିରିର କିଛି ଏମିତି ଉପାୟ, ଯାହା ଦ୍ୱାରା ଧଳା କେଶକୁ କରି ପାରିବେ କଳା।

ଆୟୁର୍ବେଦରେ ମଧ୍ୟ ଫିଟିକିରିର ଆହୁରି ଅନେକ ଉପକାରିତା ବିଷୟରେ ବର୍ଣ୍ଣନା କରାଯାଇଛି।

ଖଣ୍ଡେ ଫିଟିକିରିକୁ ଗୁଣ୍ଡ କରି ଏକ ଚାମଚ ଗୋଲାପ ଜଳ ସହିତ ମିଶାନ୍ତୁ। ଏହାକୁ କେଶରେ ୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏମିତି ସପ୍ତାହରେ ୩-୪ ଥର କରିଲେ ଧଳା କେଶ ସମସ୍ୟା ଦୂର ହୋଇପାରେ।

ଉଷୁମ ପାଣିରେ ଫିଟିକିରି ଓ କଣ୍ଡିସନର୍‌କୁ ସମାନ ମାତ୍ରାରେ ମିଶାଇ କେଶରେ ଲଗାନ୍ତୁ ଓ ୧୫-୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୁଅନ୍ତୁ। ଏମିତି ସପ୍ତାହକୁ ୨-୩ ଥର କରନ୍ତୁ।

ଦୁଇଟି ଉପାୟରୁ କୌଣସି ଗୋଟିଏକୁ ବ୍ୟବହାର କରି କିଛି ମାସ ମଧ୍ୟରେ ଧଳା କେଶକୁ କଳା କରାଯାଇ ପାରେ।

Leave a Reply

Your email address will not be published.

Copyright © All rights reserved.