Mon. Feb 24th, 2025

ପାଇଲଟ୍‌ଙ୍କ ସ୍ମୋକିଂ – ଏହି କାମ ପାଇଁ ହୋଇଥିଲା କାଠମାଣ୍ଡୁ ବିମାନ ଦୁର୍ଘଟଣା

1 min read
Spread the love

କାଠମାଣ୍ଡୁ: ଗତବର୍ଷ ନେପାଳ ରାଜଧାନୀ କାଠମାଣ୍ଡୁରେ ୟୁଏସ୍‌-ବେଙ୍ଗଲି ବିମାନ ଦୁର୍ଘଟଣା ଘଟି ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ବିମାନଟି ଅବତରଣ କରିବା ବେଳେ ନିଆଁ ଲାଗି ଯାଇଥିଲା। ତ୍ରିଭୁବନ ବିମାନ ବନ୍ଦରରେ ଘଟିଥିବା ଏହି ଦୁର୍ଘଟଣାର ପ୍ରକୃତ କାରଣ ଏବେ ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଅନୁସାରେ ପାଇଲଟ୍‌ ନିଜ କେବିନ୍‌ରେ ସ୍ମୋକିଂ କରୁଥିଲେ, ଯାହା ଦୁର୍ଘଟଣାର କାରଣ ଥିଲା।

ରିପୋର୍ଟ ଅନୁସାରେ ୟୁଏସ୍‌-ବେଙ୍ଗଲି ଏୟାରଲାଇନ୍ସ୍‌ରେ ନୋ ସ୍ମୋକିଂ ନିୟମ ରହିଛି। ହେଲେ ପାଇଲଟ୍‌ ଏହାକୁ ଅଣଦେଖା କରି କେବିନ୍‌ରେ ସ୍ମୋକିଂ କରିବାରୁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଯାହା ବିମାନର କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ରୁ ଜଣପଡ଼ିଛି।

ରିପୋର୍ଟରେ ଏହି ବିମାନ ଦୁର୍ଘଟଣା ପାଇଁ କ୍ରୁ ମେମ୍ବରଙ୍କୁ ଦୋଷ ଦିଆଯାଇଛି। କ୍ରୁ ମେମ୍ବର ଅବହେଳା କରିନଥିଲେ ଏପରି ଦୁର୍ଘଟଣାକୁ ଏଡାଇ ହୋଇଥାନ୍ତା ବୋଲି କୁହାଯାଇଛି। ଏହାସହ ତ୍ରିଭୁବନ ବିମାନ ବନ୍ଦରର କଣ୍ଟ୍ରୋଲ୍‌ ଟାୱାରକୁ ମଧ୍ୟ ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ତ୍ରିଭୁବନ ବିମାନ ବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ବାଙ୍ଗଲାଦେଶର ଢାକାରୁ କାଠମାଣ୍ଡୁ ଆସୁଥିଲା। ହେଲେ ଅବତରର ବେଳେ ଏହା ରନ୍‌ୱେରୁ ବାହାରକୁ ଚାଲିଯାଇଥିଲା।

Leave a Reply

Your email address will not be published.

Copyright © All rights reserved.