ପୁଲଓ୍ବାମା ପ୍ରତିଶୋଧ: ଜୈଶ୍ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କଲା ଭାରତୀୟ ବାୟୁସେନା
1 min read
ଶ୍ରୀନଗର/ଇସଲାମାବାଦ୍: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭୋର୍ ୩ଟା ୩୦ରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ଶିବିରରେ ହଜାରେ କିଗ୍ରା ବୋମା ମାଡ଼ କରିଛି। ଏଥିରେ ବାଲାକୋଟ, ମୁଜଫରାବାଦ୍ ଏବଂ ଚକୋଟି ଜୈଶ୍ ଶିବିରର ଲଞ୍ଚ ପ୍ୟାଡ୍ ଧ୍ୱଂସ ହୋଇଛି। ଜୈଶ୍ର କଣ୍ଟ୍ରୋଲ ରୁମ୍ ଆଲଫା-୩ ଏହି ବୋମା ମାଡ଼ରେ ନଷ୍ଟ ହୋଇଯାଇଥିବା କୁହାଯାଇଛି। ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି।