ସୁଯୋଗ ଖୋଜୁଥିଲେ ପ୍ରିୟଙ୍କା
1 min readନୂଆଦିଲ୍ଲୀ: ନବନିଯୁକ୍ତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏବେବି ଚର୍ଚ୍ଚା ଯୋର ଧରିଛି। ପ୍ରିୟଙ୍କା ପ୍ରଥମରୁ ହିଁ ରାଜନୀତିରେ ରୁଚି ରଖିଥିଲେ। ସେ କେବଳ ସୁଯୋଗକୁ ଅପେକ୍ଷା କରିଥିଲେ ବୋଲି କୁହାଯାଉଛି। ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କୁହାଯାଉଛି। ଏପଟେ କଂଗ୍ରେସର ଗଡ ତଥା ଗାନ୍ଧୀ ପରିବାରର ଖାନଦାନୀ ଆସନ କୁହାଯାଉଥିବା ରାୟବରେଲି ପାଇଁ ସେ ନିର୍ବାଚନ ଲଢିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ କିଛିଦିନ ହେବ ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ସେ ଯଦି ସମ୍ପୂର୍ଣ୍ଣ ସୁସ୍ଥ ନ ହୁଅନ୍ତି ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ ହିଁ ରାୟବରେଲି ପାଇଁ ମନୋନୀତ କରିବେ ବୋଲି ଅନୁମାନ କରାଯାଉଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଗୋଟିଏ ପଟେ ମୋଦିଙ୍କୁ ଟାର୍ଗେଟ ଓ ଅନ୍ୟପଟେ ରାୟବରେଲି ଆସନକୁ ବଞ୍ଚାଇବାକୁ ଯାଇ ପ୍ରିୟଙ୍କା ରାଜନୀତିକୁ ଓହ୍ଲାଇଛନ୍ତି।